ଭୁଲିଯିବେ Mission Impossible-7ରେ ଟମ୍ କୃଜ୍ଙ୍କ ଆକ୍ସନ, ଦେଖନ୍ତୁ Bollywoodର ଏହି Action Film
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ମିସନ ଇମ୍ପସିବଲ୍ ୭ରେ ଟମ କୃଜ୍ଙ୍କ ଦୁଃସାହସିକ ଆକ୍ସନ ଶୈଳୀ ପୁଣି ଦେଖିବାକୁ ମିଳିଛି । ଆକାଶରେ ବିମାନରୁ ମାଟି ପର୍ଯ୍ୟନ୍ତ ସେ ଆକ୍ସନ ମାମଲାରେ ସେ କୌଣସି ସ୍ଥାନ ଛାଡ଼ି ନାହାନ୍ତି । ଏହି ଫିଲ୍ମର ପ୍ରତ୍ୟେକ ପାର୍ଟରେ ତାଙ୍କର ଜବରଦସ୍ତ ଏକ୍ସନ ପାଇଁ ଏକ ଭିନ୍ନ ସ୍ତରର ଚର୍ଚ୍ଚା ସୃଷ୍ଟି କରିଛି । ହଲିଡର ଆକ୍ସନ ଫିଲ୍ମ ପାଇଁ ପାଗଳ ଲୋକମାନେ ଏହି ଫିଲ୍ମ ଦେଖିବା ପରେ ବଲିଉଡର କିଛି ଏକ୍ସନ ଫିଲ୍ମକୁ ନିହାତି ଦେଖିବା ଉଚିତ୍ । କାରଣ ବଲିଉଡର କିଛି ଏମିତିି ଆକ୍ସନ ଫିଲ୍ମରହିଛି ଯାହାକୁ ଦେଖିବା ପରେ ଆପଣ ସବୁ ଆକ୍ସନ ଭୁଲି ଯିବେ।
ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ ଫିଳ୍ମ ରହିଛି ।
- ଖିଲାଡି (୧୯୯୨)
ଏହା ସେହି ଫିଲ୍ମ ଯାହା ଅକ୍ଷୟ କୁମାରଙ୍କୁ ଖିଲାଡ଼ି କୁମାର ନାଁର ପରିଚୟ ଦେଇଥିଲା । ସମ୍ପୂର୍ଣ୍ଣ ଫିଲ୍ମରେ ସସ୍ପେନ୍ସ ଏବଂ ରୋମାଞ୍ଚରେ ପରିପୂର୍ଣ୍ଣ । ଫିଲ୍ମରେ ଅକ୍ଷୟ କୁମାର ଏକ ବଡ଼ ରହସ୍ୟର ସମାଧାନ କରିଛନ୍ତି । ଫିଲ୍ମର ଆରମ୍ଭରେ ଅକ୍ଷୟ କୁମାର କିଛି ଜବରଦସ୍ତ ଆକ୍ସନ ସିନ୍ ଦେଖାଇଚନ୍ତି ।
- ଜିଦ୍ଦି (୧୯୯୭)
ଯେଉଁ ଫିଲ୍ମରେ ସନ୍ନି ଦେଓଲ ଥିବେ ସେଥିରେ ଆକ୍ସନ ନଥିବ ଏମିତି କେବେ ହେବନି । କେବଳ ଆକ୍ସନ ନୁହେଁ କାର୍ ବ୍ଲାଷ୍ଟର ସିନ୍ ମଧ୍ୟ ଲାଜବାବ । ତେବେ ଏହି ଫିଲ୍ମରେ ପୁଲିସ୍, ସନ୍ନି ଦେଓଲ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଅତ୍ୟନ୍ତ ରୋମାଞ୍ଚକର ଅଟେ ।
- ଆୱାରା ପାଗଳ ଦିୱାନା (୨୦୦୦)
ଏକଲା ହିରୋ ଆଉ ଚାରିପଟେ ମର୍ଶାଲ ଆର୍ଟ ଏକ୍ସପର୍ଟା ଏହି ପରିସ୍ଥିତିରେ ଏକୁଟିଆ ସେମାନଙ୍କ ସହ ଲଢିବା ଆଉ ସେମାନଙ୍କୁ ଧୂଳି ଚଟେଇବା ଅକ୍ଷୟ କୁମାରଙ୍କ ବ୍ୟତୀତ କିଏ ବା ଆଉ କରିପାରିବ । ତେବେ ଏହି ଫିଲ୍ମରେ ଜବରଦସ୍ତ ମର୍ଶାଲ ଆର୍ଟର ଅନେକ ଦୃଶ୍ୟ ରହିଛି । ଯେଉଁଥିରେ ଅକ୍ଷୟ କୁମାର ଗଜବ ଆକ୍ସନ ଦେଖାଇଚନ୍ତି ।
- ଧୁମ୍ (୨୦୦୪)
ଏମିତି ତ ଦେଖିବାକୁ ଗଲେ ଧୁମ୍ ସିରିଜ ଆକ୍ସନ ଆଉ ସ୍ପିଡ଼ ପାଇଁ ଜଣାଶୁଣା, କିନ୍ତୁ ଅମିର୍ ଖାନ୍ଙ୍କ ଧୁମ୍ ଆକ୍ସନର ଗୋଟିଏ ଲେବଲ ଉପରେ ଥିଲା । ବାଇକ୍ ରେସିଂ ସମୟରେ ମେଟ୍ରୋ ଆସିବା , କେତେବେଳେ ପାଣି ଉପରେ ବାଇକ୍ ଉଡ଼ାଇ ନେବା ଭଳି ଦୃଶ୍ୟ ଏଥିରେ ଦେଖିବାକୁ ମିଳେ । ପ୍ରତି ଆକ୍ସନ ଦୃଶ୍ୟ କୌଣସି ରୋମାଞ୍ଚକର ଦୃଶ୍ୟଠାରୁ କମ୍ ନୁହେଁ ।
- ଗଜନୀ (୨୦୦୮)
ଆମିର ଖାନ୍ଙ୍କ ଏହି ଫିଲ୍ମରେ ମଧ୍ୟ ସାନ୍ଦାର୍ ଆକ୍ସନ ଦେଖବବାକୁ ମିଳିଥିଲା । ନିଜ ପ୍ରେମିକାର ମୃତ୍ୟୁର ପ୍ରତିଶୋଦ ନେବା ପାଇଁ ବାହାରି ଥବବା ସର୍ଟ ଟର୍ମ ମେମୋରିଲସ୍ ରେ ପିଡ଼ିତ ପ୍ରେମୀ ଭିଲେନ୍ଙ୍କୁ ଉଚିତ୍ ଶିକ୍ଷା ଦେଇଥିଲା । ଏହି ସମୟରେ ପ୍ରସ୍ତୁତ କରାଯାଇଥିବା ଆକ୍ସନ କାହାର ବି ଲୋମ ଖଡ଼ା କରିଦେବ ।
- ୱାଣ୍ଟେଡ୍ (୨୦୦୯)
ସଲମାନ ଖାନଙ୍କର ଆକ୍ସନ କରିବାର ଏକ ଭିନ୍ନ ଶୈଳୀ ରହିଛି । ବିଶେଷ କରି ମୁମ୍ବାଇର ଲୋକାଲ ଟ୍ରେନରେ ତାଙ୍କର ଆକ୍ସନ୍ ଦୃଶ୍ୟ ଆଶ୍ଚର୍ୟ୍ୟଜନକ। ୱାଣ୍ଟେଡ୍ ଏହିପରି ଜବରଦସ୍ତ ଆକ୍ସନ୍ ସିନ୍ ଦେଖିବାକୁ ମିଳିଥିଲା ।
- ବାଗି (୨୦୧୬)
ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ୍ ମାର୍ଶଲ ଆର୍ଟର ଚମତ୍କାର ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ତାରକା ସୁଧୀର ବାବୁଙ୍କ କାର୍ୟ୍ୟ ମଧ୍ୟ ଉତ୍କୃଷ୍ଟ ଥିଲା ।
- ଟାଇଗର ଜିନ୍ଦା ହୈ (୨୦୧୭)
ଇରାକର ମାଟିରେ ଫସି ରହିଥିବା ଭାରତୀୟ ନର୍ସମାନଙ୍କୁ ବଞ୍ଚାଇବା ପାଇଁ ଟାଇଗର ଅର୍ଥାତ୍ ସଲମାନ ଖାନ ଚମତ୍କାର କାର୍ୟ୍ୟ କରୁଥିବା ଦୃଶ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳେ। ପ୍ରତ୍ୟେକ ଦୃଶ୍ୟ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରି ଦିଏ ।
- ୱାର୍ (୨୦୧୯)
ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫ ଅର୍ଥାତ୍ ଉଭୟ ନୃତ୍ୟ ଏବଂ ଆକ୍ସନର ସର୍ବୋତ୍ତମ ମିଶ୍ରଣ । ଏହି ଚଳଚ୍ଚିତ୍ରରେ ଅନେକ ଆକ୍ସନ୍ ଦୃଶ୍ୟ ଦେଖିବାକୁ ମିଳିଥିଲା । ଉଭୟ ତାରାଙ୍କଠାରୁ ଯାହା ଆଶା କରାଯାଉଥିଲା ତାହା ପୂରଣ କରିବା ପାଇଁ ସେ କୌଣସି ଉପାୟ ଛାଡ଼ିନଥିଲେ ।
- ପଠାନ୍ (୨୦୨୩)
ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଦୀର୍ଘ ସମୟ ପରେ ଆକ୍ସନ୍ କରୁଥିବା ଦେଖିବାକୁ ମିଳିଥିଲା । ଉଭୟ ଜନ୍ ଆବ୍ରାହମ୍ ଏବଂ ଶାହରୁଖ ଖାନଙ୍କ ଆକ୍ସନ ଫିଲ୍ମକୁ ଏକ ଭିନ୍ନ ସ୍ତରକୁ ନେଇଯାଇଛି । ଯେଉଁଥିପାଇଁ ଫିଲ୍ମ ସାରା ବିଶ୍ୱରେ ୧୦୦୦ କୋଟି ସଂଗ୍ରହ କରିବାରେ ସଫଳ ହୋଇଛି।