Breaking NewsFeaturedଅନ୍ତର୍ଜାତୀୟଜାତୀୟଭାଇରାଲ୍ ଭିଡିଓ

ଏପଟେ ପୁଲିସ୍‌ ଖୋଜୁଛି, ସେପଟେ ନାଲି ଶାଢ଼ିରେ ଠୁମ୍‌କା ଲଗାଇଲେ ସୀମା ହାଇଦର୍‌…

ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି Video

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସୀମାଙ୍କୁ ଆରେଷ୍ଟ କରିବ ପୁଲିସ୍‌ ବୋଲି ରିପୋର୍ଟରୁ ଜଣାପଡ଼ିଛି। ତେବେ ଅନ୍ୟପଟେ ସୀମାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଟିଭିଠାରୁ ଆରମ୍ଭ କରି ଇଣ୍ଟରନେଟ୍ ସବୁଠାରେ ଏବେ କେବଳ ଗୋଟିଏ ଚର୍ଚ୍ଚା ସୀମା ଓ ସଚିନଙ୍କ ପ୍ରେମ କାହାଣୀ । ପ୍ରେମ ପାଇଁ ନିଜ ଦେଶ ପାକିସ୍ତାନ ଛାଡ଼ି ଭାରତ ଆସିଛନ୍ତି ସୀମା ହାଇଦର୍‌ । ଆଉ ତାଙ୍କର ଗୋଟିଏ ପରେ ଗୋଟିଏ କଥାର ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ତାଙ୍କ Dance Video ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରିଛି । ଏହି Video ସଚିନ୍‌ଙ୍କ ଘରେ ଅର୍ଥାତ୍‌ ସୀମାଙ୍କ ଶଶୁର ଘରେ ରେକର୍ଡ ହୋଇଛି । Videoରେ ଦେଖିବାକୁ ମିଳୁଛି ଯେ ସୀମା ଏକ ନାଲି ଶାଢ଼ିରେ ଖୁବ୍ ସୁନ୍ଦର ନାଚୁଛନ୍ତି । ଏଥି ସହିତ ଗ୍ରେଟର ନଏଡ଼ାର ରବୁପୁରା ଗାଁର ଏକ ଆଞ୍ଚଳିକ ଗୀତରେ ଅତି ସୁନ୍ଦର ଭାବରେ ନାଚୁଛନ୍ତି । ତାଙ୍କୁ ଦେଖିଲେ ଏକ ଆଞ୍ଚଳିକ ଭାରତୀୟ ନାରୀଙ୍କ ଭଳି ଲାଗୁଛି । ସୀମାଙ୍କ ମନୋଭାବ ଏବଂ ନାଚଗୀତ ଦେଖି ସେଠାରେ ଉପସ୍ଥିତ ଥିବା ମହିଳାମାନେ ମଧ୍ୟ ତାଙ୍କ ଉପରେ ଖୁସି ହେଉଥିବା ବେଳେ ତାଙ୍କ ଉପରେ ଟଙ୍କା ବର୍ଷଣ କରୁଥିବା ଦେଖିବାକୁ ମିଳୁଛି । ଏପରି ଲାଗୁଛି ଯେମିତି ସଚିନଙ୍କ ଘର ପରିବାର ସମେତ ପଡ଼ୋଶୀମାନେ ମଧ୍ୟ ଏହି ବିଦେଶୀ ବହୁକୁ ଆପଣେଇ ନେଇଛନ୍ତି ।

ସେପଟେ ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ପତ୍ନୀ ଏବଂ ୪ ପିଲାଙ୍କୁ ପାକିସ୍ତାନ ପଠାଇବା ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ସୀମା କହିଛନ୍ତି ଯେ ଦୀର୍ଘ ୪ ବର୍ଷ ହେବ ସେ ନିଜ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ । ବିବାହ ପରଠାରୁ ସେ ତାଙ୍କୁ ମାର୍‌ପିଟ୍ କରନ୍ତି । ଯେଉଁଥିପାଇଁ ସେ ତାଙ୍କ ସହ ରହିବାକୁ ଚାହୁଁ ନାହାନ୍ତି କି ପାକିସ୍ତାନ ଫେରିବାକୁ ବି ଚାହୁଁନାହାନ୍ତି ।

ଦେଖନ୍ତୁ ଭାଇରାଲ୍‌ ଭିଡିଓ:

 

Related Articles

Back to top button
WP Twitter Auto Publish Powered By : XYZScripts.com