ପାକିସ୍ତାନରେ ୩୦ ହିନ୍ଦୁ ପରିବାର ବନ୍ଧକ, ମନ୍ଦିର ଉପରେ ହମଲା
ପ୍ରେମ ପାଇଁ ମୁହାଁମୁହିଁ ଭାରତ-ପାକିସ୍ତାନ, ଭୟଭୀତ ହିନ୍ଦୁ ସମାଜ
![Hindu Temples demolished in Pakistan](https://i0.wp.com/odia.mobilenews24x7.com/wp-content/uploads/2023/07/Hindu-Temples-demolished-in-Pakistan.jpg?resize=780%2C470&ssl=1)
ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଜଳୁଛି ପାକିସ୍ତାନ, କୁହୁଳୁଛି ହିନ୍ଦୁସ୍ଥାନ । ଗୋଟିଏ ପ୍ରେମ କାହାଣୀକୁ ନେଇ ଦୁଇ ପଡୋଶୀ ଦେଶ ଭିତରେ ଏବେ ମୁହାଁମୁହିଁ ପରିସ୍ଥିତି । ପ୍ରଥମଥର ପାଇଁ ଦୁଇ ଦେଶର ଜନତାଙ୍କ ଭିତରେ ଏମିତି ଛକାପଞ୍ଝା ଦେଖିବାକୁ ମିଳୁଛି । ପାକିସ୍ତାନ ସିନ୍ଧ ପ୍ରଦେଶର ସୀମା ହାଇଦର ଓ ଦିଲ୍ଲୀ ନୋଇଡାର ସଚିନଙ୍କ ପ୍ରେମ କାହାଣୀକୁ ନେଇ ଦୁଇ ଦେଶରେ ପ୍ରବଳ ଚର୍ଚ୍ଚା । ସୀମା ଭାରତ ପଳାଇ ଆସିବା ପରେ ତାଙ୍କୁ ଫେରାଇ ଦେବାକୁ ପ୍ରଥମେ ତାଙ୍କ ସ୍ୱାମୀ ଅନୁରୋଧ କରିଥିଲେ । ପରେ ସେଠାକାର ଏକ ଡକାୟତ ଗ୍ୟାଙ୍ଗ ସୀମାଙ୍କୁ ଫେରାଇବା ପାଇଁ ଭାରତକୁ ଧମକ ଦେଇଥିଲେ ।
ଏକ ଭିଡିଓ ବାର୍ତ୍ତାରେ ଉକ୍ତ ଡକାୟତମାନେ ଧମକ ଦେଇଥିଲେ ଯେ ଯଦି ସୀମାଙ୍କୁ ପାକିସ୍ତାକୁ ହସ୍ତାନ୍ତର ନ କରାଯାଏ ତେବେ ସେମାନେ ସେଠାରେ ଥିବା ହିନ୍ଦୁମାନଙ୍କୁ ନିର୍ଯାତନା ଦେବା ସହିତ ମନ୍ଦିରଗୁଡିକୁ ଆକ୍ରମଣ କରିବେ । ଆଉ ଏଇ କ୍ରମରେ ଖବର ଆସୁଛି ଯେ ସିନ୍ଧ ପ୍ରଦେଶରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ରକେଟ ଲଞ୍ଚର ଦ୍ୱାରା ଆକ୍ରମଣ କରାଯାଇଛି । ଏହା ସହିତ କିଛି ମନ୍ଦିରରେ ବି ଭଙ୍ଗାରୁଜା କରାଯାଇଛି । ଯାହାକୁ ନେଇ ସେଠାକାର ପ୍ରଶାସନ ବି ଏବେ ସତର୍କ ରହିଛି । ସେପଟେ ଆସୁଥିବା ଆଉ ଏକ ଖବର ମୁତାବକ ସିନ୍ଧ ପ୍ରଦେଶର ଏକ ହିନ୍ଦୁବହୁଳ ଗାଁର ପ୍ରାୟ ୩୦ ପରିବାରକୁ କିଛି ବନ୍ଦୁକଧାରୀ ଦୁର୍ବୃତ୍ତ ବନ୍ଧକ କରି ରଖିଛନ୍ତି । ଏବଂ ସେଠାରେ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ତେବେ ଏଇ ଘଟଣା ପରେ ପାକିସ୍ତାନରେ ବସବାସ କରୁଥିବା ହିନ୍ଦୁ ପରିବାରଗୁଡିକ ଏବେ ଭୟଭିତ ଅବସ୍ଥାରେ । କେତେବେଳେ କୌଣସି ଅଘଟଣର ଆଶଙ୍କା କରି ଏବେ ସମସ୍ତେ ଆତଙ୍କିତ ଅବସ୍ଥାରେ । ତେବେ ପାକିସ୍ତାନୀ ପୁଲିସ ପକ୍ଷରୁ ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦିଆଯିବାର ପ୍ରତିଶୃତି ପରେ ସ୍ଥିତି ଟିକେ ସ୍ୱାଭାବିକ ଥିବା ଏବେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।
HRCP is alarmed by reports of deteriorating law and order in the districts of Kashmore and Ghotki in Sindh, where some 30 members of the Hindu community – including women and children – have allegedly been held hostage by organised criminal gangs.
— Human Rights Commission of Pakistan (@HRCP87) July 16, 2023