କ୍ରୀଡ଼ା

IPL ୨୦୨୨ ମେଗା ଅକ୍ସନରେ ଦୁଇ ଓଡିଆ ଖେଳାଳି : ଶୁଭ୍ରାଂଶୁ ଓ ଅଭିଷେକ

ନୂଆଦିଲ୍ଲୀ : ଆସନ୍ତା ୧୫ ତମ ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଚର୍ଚ୍ଚା । ଚଳିତ ବର୍ଷ ଫେବୃଆରୀ ୧୨ ଓ ୧୩ରେ ବେଙ୍ଗାଲୁର ଠାରେ ମେଗା ଅକ୍ସନ ଅନୁଷ୍ଠିତ ହେବାକୁ ଯାଉଛି । ବିସିସିଆଇ ପକ୍ଷରୁ ୫୯୦ ଖେଳାଳିଙ୍କ ତାଲିକା ଆସିସାରିଛି । ଏଥିମଧ୍ୟରୁ ୨ ଓଡିଆ ଖେଳାଳିଙ୍କ ନାମ ରହିଛି । ଓଡିଆ କ୍ରିକେଟ୍ ଆସୋସିଏସନର ଦୁଇ ଖେଳାଳି ଶୁଭ୍ରାଂଶୁ ସେନାପତି ଏବଂ ଅଭିଶେକ ରାଉତ ଚଳିତ ବର୍ଷ ମେଗା ଅକ୍ସନରେ ସାମିଲ ହେବେ ।IPL 2022: CSK call up Odisha batter Subhranshu Senapati for selection  trials ahead of upcoming edition
ଉଭୟ ଖେଳାଳି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଏବେ ଆଇପିଏଲର ମେଗା ଅକ୍ସନରେ ପହଞ୍ଚି ପାରିଛନ୍ତି । ଓଡିଶା ତରଫରୁ ୩୪ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳି ୩୭.୮୩ ହାରରେ ୧୮୫୪ ରନ ସଂଗ୍ରହ କରିଥିବା ଶୁଭ୍ରାଂଶୁଙ୍କ ଉପରେ ରହିଛି କ୍ୟାପ୍ଟେନ କୁଲ ମାହିଙ୍କ ନଜର । ଯେଉଁଥିରେ ସାମିଲ ରହିଛି ୭ ଅର୍ଦ୍ଧଶତକ ଏବଂ ୫ଟି ଶତକ । ଲିଷ୍ଟ ଏ କ୍ୟାରିୟରରେ ମଧ୍ୟ ଶୁଭ୍ରାଂଶୁଙ୍କ ନାଁରେ ରହିଛି ଦମଦାର ରେକର୍ଡ । ୨୨ଟି ମ୍ୟାଚରେ ମ୍ୟାଚରୁ ୩୪.୩୧ ହାରରେ ୫୪୯ ରନ ସଂଗ୍ରହ କରିଥିବା ବେଳେ ଏଥିରେ ଦୁଇଟି ଅର୍ଦ୍ଧଶତକ ଏବଂ ଗୋଟିିଏ ଶତକ ସାମିଲ ରହିଛି । ସେହିପରି ୨୧ ଟି-ଟ୍ୱେଣ୍ଟି ମ୍ୟାଚରୁ ୨୯.୩୫ ହାରରେ ଏବଂ ଦୁଇଟି ଅର୍ଦ୍ଧଶତକ ସହିତ ୪୯୯ ରନ ସଂଗ୍ରହ କରିଛନ୍ତି ଶୁଭ୍ରାଂଶୁ ।

Related Articles

Back to top button
WP Twitter Auto Publish Powered By : XYZScripts.com