ରାଜନୀତି

କଣ୍ଟ୍ରାାକ୍ଟରଙ୍କୁ ଲାଞ୍ଚ ମାଗୁଛନ୍ତି ଡେପୁଟି ସିଏମ

କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀଙ୍କ ନାମରେ ଲାଞ୍ଚ ଅଭିଯୋଗ, ରାଜ୍ୟପାଳଙ୍କୁ ଚିଠି ଲେଖିଲା କଣ୍ଟ୍ରାକ୍ଟର ଆସୋସିଏସନ ନିକଟରେ କର୍ଣ୍ଣାଟକରେ କ୍ଷମତାକୁ ଫେରିଛି କଂଗ୍ରେସ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଦୁଇ ଦାବିଦାର ସିଦ୍ଧରମୈୟା ଏବଂ ଡି. ଶିବ କୁମାରଙ୍କ ମଧ୍ୟରେ ଛକାପଞ୍ଜା ଲାଗିରହିଥିଲା । ଯଦିଓ ଦଳ ଭିତରେ ବହୁ ଅସନ୍ତୋଷ ରହିଥିଲା ତଥାପି ଶୀର୍ଷ ନେତୃମଣ୍ଡଳୀଙ୍କ ଗୋଟି ଚାଳନାରେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଆଉ ଶିବ କୁମାର ଡେପୁଟି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଉ ସେହି ସମୟରେ ଲୋକଙ୍କୁ ସୁଶାସାନ ମିଳିବ ବୋଲି କଂଗ୍ରେସ କହିଥିଲା । ମାତ୍ର ଏବେ ଏହି କଥାର ବିପରୀତ ଲକ୍ଷଣ ଦେଖାଗଲାଣି ବୋଲି ଅଭିଯୋଗ ହୋଇଛି । ତାହାପୁଣି ଖୋଦ୍ ଡେପୁଟି ମୁଖ୍ୟମନ୍ତ୍ରୀ ଡି ଶିବକୁମାରଙ୍କ ନାମରେ । ତାହା ହେଉଛି ଶିବ କୁମାର କୁଆଡେ ଲାଞ୍ଚ ମାଗୁଛନ୍ତି ।

ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବ୍ରୁହାତ ବେଙ୍ଗାଲୁରୁ ମହାନଗର ପାଲିକେ ବା ବିବିଏମ୍ପି କଣ୍ଟ୍ରାକ୍ଟର ଆସୋସିଏସନ । ଏନେଇ ସେମାନେ କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କୁ ପତ୍ର ଲେଖିଛନ୍ତି । ଆସୋସିଏସନର ସଭାପତି କେ ଟି ମଞ୍ଜୁନାଥ ଲେଖିଥିବା ଚିଠିରେ ନଗର ଉନ୍ନୟନ ମନ୍ତ୍ରୀ ଡି କେ ଶିବକୁମାର ୧୦-୧୫ ପ୍ରତିଶତ କମିଶନ ଦାବି କରୁଥିବା ସେ କହିଛନ୍ତି । ଏହାଦ୍ୱାରା କଣ୍ଟ୍ରାକ୍ଟରମାନେ ବହୁ ଅସୁବିଧାର ସମ୍ମୁଖୀନର ହେଉଛନ୍ତି ବୋଲି ଦର୍ଶାଯାଇଛି । ସେ ରାଜ୍ୟପାଳଙ୍କୁ ଦର୍ଶାଇଛନ୍ତି ଯେ, କଣ୍ଟ୍ରାାକ୍ଟରମାନେ ଋଣ ଏବଂ ଓଭରଡ୍ରାଫ୍ଟ ମାଧ୍ୟମରେ କାର୍ଯ୍ୟ କରିଥାନ୍ତି । ଏଥିପାଇଁ ନିୟମିତ ବିଲ୍ ଗୁଡିକୁ ଦେବାକୁ ହୁଏ ।

ମାତ୍ର ଯଦି ବର୍ଷ ବର୍ଷ ଧରି ଟଙ୍କା ବନ୍ଦ ରଖାଯାଏ ତେବେ ଏହା କଣ୍ଟ୍ରାକ୍ଟରଙ୍କ ପାଇଁ ଆର୍ଥିକ ମୃତ୍ୟୁ ବରଣ ହେବ । କାଲି ଆର୍ଥିକ ମୃତ୍ୟୁବରଣ ନୁହେଁ ପରିସ୍ଥିତି ଏପରି ହୋଇଛି ଯେ କିଛି କଣ୍ଟ୍ରାକ୍ଟର ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି । ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବିବିଏମପି କଣ୍ଟ୍ରାକ୍ଟର ଆସୋସିଏସନ ବାକି ଅର୍ଥ ନମିଳିବା ଯାଏ ସବୁ କାମ ବନ୍ଦ କରିଦେଇଛି । ଏହା ଭିତରେ ଶିବକୁମାରଙ୍କ ନାମ ନେଇ ଜଣେ ଠିକାଦାର ଡେପୁଟି ସିଏମ୍ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପିଲାମାନେ ମଲ୍ ଖୋଲୁଛନ୍ତି, ଆମେ ତାଙ୍କ ପିଲା ନୁହଁ ତେଣୁ ଆମେ ବଞ୍ଚୁ ବୋଲି ସେ ଚାହୁଁନାହାନ୍ତି । ଏଥିସହିତ ସେ ଅଜୟ ମନ୍ଦିର ଆସି ଟଙ୍କା ମାଗିନଥିବା ଶପଥ କରି କୁହନ୍ତୁ ବୋଲି କଣ୍ଟ୍ରାକ୍ଟର ଜଣକ କହିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com