Breaking NewsFeaturedରାଜନୀତି

ଅନାସ୍ଥା ପ୍ରସ୍ତାବ,ବିରୋଧିଙ୍କୁ ଘାଇଲା କଲେ ମୋଦି

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବି କରି ଢେର ଦିନ ଗୃହ ଚଲେଇ ଦେଲେନି ବିରୋଧି । ଶେଷରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧି । ଅପେକ୍ଷା ଥିଲା ସଂସଦରେ କଣ କହୁଛନ୍ତି ମୋଦି । ଆଉ ଆଜି ମୋଦି ତାଙ୍କ ଭାଷଣରେ ବିରୋଧିଙ୍କୁ ପୁରା ଘାଇଲା କରି ଦେଇଥିଲେ ।

୧-ମୋଦି ତାଙ୍କ ଭାଷଣ ଆରମ୍ଭରେ କହିଥିଲେ ବିରୋଧିଙ୍କ ନିଜ ଉପରେ ବିଶ୍ୱାସ ନାହିଁ କିନ୍ତୁ ସେମାନେ ସରକାରଙ୍କ ଉପରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି । ବିରୋଧିଙ୍କ ଅବିଶ୍ୱାସ ସବୁବେଳେ ଆମ ପାଇଁ ଶୁଭ । ୨୦୧୮ରେ ସେମାନେ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ ଆମେ ନିର୍ବାଚନ ଜିତିଥିଲୁ । ଏବେ ୨୦୨୩ରେ ଆମିଛନ୍ତି ଆମେ ୨୦୨୪ରେ ଆମେ ରେକର୍ଡ ସଂଖ୍ୟକ ସିଟ ଜିତି ସରକାର ଗଢିବୁ

୨-କ୍ରିକେଟର ଉଦାହରଣ ଦେଇ ବିରୋଧିଙ୍କୁ ଟାର୍ଗେଟ କରିଥିଲେ ମୋଦି । କହିଥିଲେ ବିପାକ୍ଷ ଦଳ ଫିଲଡିଂ ସେଟ କଲା କିନ୍ତୁ ଆମେ ଛକ୍କା ଚୈାକା ମାରିଲୁ । ଏପଟେ ବିରୋଧି ନୋ ବଲ ପରେ ନୋ ବଲ ପକାଉଛନ୍ତି ଆଉ ଆମେ ସେଢ୍ଟୁରୀ ପରେ ସେଞ୍ଚୁରୀ ମାରୁଛୁ ।

୩-ବିରୋଧିଙ୍କ କଳା ଡ୍ରେସ ପିନ୍ଧି ପ୍ରତିବାଦକୁ ମୋଦି ଭିନ୍ନ ଢଙ୍ଗରେ ପ୍ରତିପାଦନ କରିଥିଲେ । ମୋଦି କହିଲେ ଯେ କୈ÷ାଣସି ଶୁଭ ଜିନିଷରେ ନଜର ନଲାଗିବା ପାଇଁ କଳା ଟିକା ଲଗାଯାଏ । ସେମିତି ବିପକ୍ଷ କଳା ଡ୍ରେସ ପିନ୍ଧି ଆମର ଶୁଭ ମନାସୁଛି । ବିରୋଧିମାନଙ୍କୁ ଗୋଟିଏ ସିକ୍ରେଟ ବରଦାନ ମିଳିଛି, ସେ ଯାହାର ଅମଙ୍ଗଳ ଚିନ୍ତା କରିବ ତାର ମଙ୍ଗଳ ହୁଏ । ଏଇ ଯେମିତି କହି ମୁଁ କହି ନିଜର ଉଦାହରଣ ଦେଇଥିଲେ ସେ । ଏପରିକି ବିରୋଧି ବ୍ୟାଙ୍କିଂ ସେକ୍ଟର ବରବାଦ ହୋଇଯିବ କହୁଥିଲେ , ସେନାର ହେଲିକପ୍ଟର ତିଆରି କରୁଥିବା ହାଲ ଦେବାଳିଆ ହୋଇଯିବ ଓ ଏଲଆଇସି ବୁଡିଯିବ ବୋଲି କହୁଥିଲେ । ଏବେ କିନ୍ତୁ ଏଇ ତିନୋଟି ସଂସ୍ଥା ଏବେ ଶିଖରର ଉପରେ ।

୪-କଂଗ୍ରେସର ଲୋ କନଫିଡେନ୍ସ ପ୍ରସ୍ତାବକୁ ନେଇ କହିଥିଲେ ଯେ କଂଗ୍ରେସ ପ୍ରତି ଦେଶବାସୀଙ୍କ ଲୋ କନଫିଡେନ୍ସ ରହିଛି ଯେଉଥିପାଇଁ ୧୯୬୨ରୁ ତାମିଲନାଡୁରେ କଂଗ୍ରେସକୁ ନୋ କନଫିଡେନ୍ସ କହିଲେ, ପଶ୍ଚିମବଙ୍ଗରେ ୧୯୭୨ରୁ କଂଗ୍ରେସକୁ ନୋ କନଫିଡେନ୍ସ , ୧୯୮୫ରେ ୟୁପି, ବିହାରରେ କଂଗ୍ରେସକୁ ନୋ କନଫିଡେନ୍ସ, ତ୍ରୀପୁରାରେ ୧୯୮୮ରୁ କଂଗ୍ରେସକୁ ନୋ କନଫିଡେନ୍ସ, ଓଡିଶାରେ ୧୯୯୫ରୁ କଂଗ୍ରେସକୁ ନୋ କନଫିଡେନ୍ସ, ନାଗାଲାଣ୍ଡରେ ୧୯୮୮ରୁ କଂଗ୍ରେସକୁ ନୋ କନଫିଡେନ୍ସ କହିଛନ୍ତି ଲୋକେ । ଏପରିକି ଏବେ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ କଂଗ୍ରେସର ଜଣେ ହେଲେ ବି ବିଧାୟକ ନାହାନ୍ତି ।

୫-ବିରୋଧି ମେଣ୍ଟ ଇଣ୍ଡିଆକୁ ଘମଣ୍ଡିଆ ବୋଲି କହିଥିଲେ ମୋଦୀ । କହିଲେ ଆଈମେ ଦେଇଥିବା ଏନଡିଏକୁ ଚୋରେଇ ସେଥିରେ ଦୁଇଟି ଆଉ ଲଗାଇଦେଇଛନ୍ତି ବିରୋଧି । ଗୋଟିଏ ଆଇ ହେଉଚି ୨୬ଟି ଦଳର ଘମଣ୍ଡ ଓ ଆଉ ଗୋଟିଏ ଆଇ ହେଉଛି ଗୋଟିଏ ପରିବାରର ଘମଣ୍ଡ । ଏହା ଇଣ୍ଡିଆର ଗଠବନ୍ଧନ ନୁହେଁ ବରଂ ଘମଣ୍ଡିଆଙ୍କ ଗଠବନ୍ଧନ । ତାଙ୍କ ବରଯାତ୍ରୀରେ ସମସ୍ତେ ଜ୍ୱାଇଁ କାରଣ ସେଠି ସମସ୍ତେ ପ୍ରଧାନମନ୍ତ୍ରୀ ପୀଇଁ ଆଶାୟୀ । ମୋଦି କହିଥିଲେ ଲଙ୍କାକୁ ହନୁମାନ ଜାଳିନଥିଲେ ବରଂ ଘମଣ୍ଡ ଜାଳି ଦେଇଥିଲା । ଆଉ ସେଇ ଘମଣ୍ଡ ପାଇଁ କଂଗ୍ରେସ ୪୦୦ରୁ ୪୦ ହେଲା

୬-ମୋଦି କହିଥିଲେ ଆଗରୁ ଫ୍ଲାଇଟରେ କଂଗ୍ରେସ ନେତାଙ୍କ ଜନ୍ମଦିନ କେଟ କଟା ହେଉଥିଲା କିନ୍ତୁ ଏବେ ଫ୍ଲାଇଟରେ ଭେକ୍ସିନ ବୁହା ହେଉଛି , ଆଗ ଧନୀ ଲେକମାନେ ଫ୍ଲାଇଟରେ ଯାଉଥିଲେ କିନ୍ତୁ ଏବେ ହାୱାଇ ଚପଲ ପିନ୍ଧି ଲୋକ ଫ୍ଲାଇଟରେ ଯାଉଛନ୍ତି । ସେତେବେଳେ ନୈଯାହାଜରେ ଭ୍ରମଣ କରୁଥିଲେ କିନ୍ତୁ ଏବେ ନୈଯାହାଜରେ ବିଦେଶରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ସେମାନେ ନାମଦାର ଥିଲେ କିନ୍ତୁ ଏମାନେ କାମଦାର । ଏବେ ଦୁହିଁଙ୍କ ଭିତରେ ଫାଇଟ ଚାଲିଛି ।

୭-ରାହୁଲଙ୍କୁ ଟାର୍ଗେଟ କରି ମୋଦି କହିଥିଲେ କଂଗ୍ରେସ ଖରାପ ପ୍ରଡକ୍ଟକୁ ବାରମ୍ବାର ଲଞ୍ଚ କରୁଛି । କିନ୍ତୁ ଲଞ୍ଚିଙ୍ଗ ବି ଫେଲ ହୋଇ ଯାଉଚି । ସେମାନେ ମୋହବତ କି ଦୁକାନ ଖୋଲିଛନ୍ତି ବୋଲି କହୁଛନ୍ତି କିନ୍ତୁ ଲୁଟର ଯୋଜନା ବନାଉଛନ୍ତି ।

୮- ବିରୋଧିମାନେ କକ୍ଷତ୍ୟାଗ କଲାପରେ କହିଥିଲେ ମଣିପୁରର ବର୍ତ୍ତମାନ ସ୍ଥିତି ଉପରେ । ମୋଦି କହିଥିଲେ ମଣିପୁର ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଉପରେ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମରତ । ଖୁବ ଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ ଓ ମଣିପୁର ପୁଣି ବିକାଶ ଧାରାରେ ଆଗେଇ ଚାଲିବ । ମଣିପୁରର ମା ଓ ଭଉଣୀଙ୍କ ସହ ଏ ଦେଶ ଓ ଏ ସଂସଦ ସବୁବେଳେ ରହିଛି ।

୯- ମୋଦି ପୁରୁଣା ଇତିହାସକୁ ଲେଉଟାଇ କହିଥିଲେ ନର୍ଥ ଇଷ୍ଟରେ ଅଶାନ୍ତିର କାରଣ କଂଗ୍ରେସ । ୫ ମାର୍ଚ ୧୯୬୬ରେ କଂଗ୍ରେସ ସରକାର ହିଁ ମିଜୋରାମର ସାଧାରଣ ଲୋକଙ୍କ ଉପରେ ବାୟୁସେନା ଦ୍ୱାରା ଆକ୍ରମଣ କରାଇତିଲେ । ସେହିଭଳି ୧୯୬୨ରେ ଯେତେବେଳେ ଚୀନ ଆକ୍ରମଣ କରୁଥିଲା ସେତେବେଳେ ନେହରୁ ରେଡିଓରେ କହିଥିଲେ ଆସାମର ଲୋକଙ୍କ ଉପରୁ ମୋର ହୃଦୟ ଭାଙ୍ଗି ଯାଇଛି । ଏସବୁ କଥାରୁ ଜଣା ପଡୁଛି ନର୍ଥଇଷ୍ଟରେ ଅଶାନ୍ତିର ମଂଜି କିଏ ବୁଣିଥିଲା ।

୧୦- ରାହୁଲଙ୍କ ଭାରତ ମାତାଙ୍କ ହତ୍ୟା ବୟାନକୁ ନେଇ ବର୍ଷିଥିଲେ ମୋଦି । କହିଥିଲେ ଯିଏ ଭାରତ ମାତାଙ୍କୁ ତିନିଖଣ୍ଡ କରିଦେଲେ ସିଏ ପୁଣି ଭାରତ ମାତାର ହତ୍ୟା କଥା କହୁଛନ୍ତି । ସେମାନେ ଭାରତୀ ମାର ଦୁଇ ହାତକୁ କାଟି ଦେଇଛନ୍ତି । ଦେଶ ବିଭାଜନ ପ୍ରସଙ୍ଗରେ ସେତେବେଳର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରି ରାହୁଲଙ୍କ ଜବାବର ପ୍ରତିଜବାବ ଦେଇଥିଲେ ମୋଦି ।

Related Articles

Back to top button
WP Twitter Auto Publish Powered By : XYZScripts.com