Breaking NewsFeaturedରାଜନୀତି

ଅଖିଳେଶଙ୍କ ବଡ଼ ଦାବି: ଉତ୍ତର ପ୍ରଦେଶର ସମସ୍ତ ୮୦ ସିଟ୍ରେ ଜିତିବ ଆଇଏନଡିଆଇଏ ମେଣ୍ଟ

ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଠିକ୍ ସେହିପରି ସମାଜବାଦୀ ପାର୍ଟି ମଧ୍ୟ ଉତ୍ତରପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ଆଉ ଏହାର ସୁପ୍ରିମୋ ତଥା ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ବିରୋଧୀ ମହାମେଣ୍ଟର ବିଜୟକୁ ନେଇ ଏକ ବଡ଼ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଯେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଆଇଏନଡିଆଇଏ ଆଲାଏନ୍ସ ଉତ୍ତରପ୍ରଦେଶର ସମସ୍ତ ୮୦ଟି ଆସନ ଜିତିବ। ସେ କହିଛନ୍ତି ଯେ ସମାଜବାଦୀ ପାର୍ଟି ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛି।

ଇଣ୍ଡିଆ ଆଲାଏନ୍ସ ଉତ୍ତରପ୍ରଦେଶରେ ୮୦ଟି ଲୋକସଭା ଆସନ ଜିତିବ। ୮୦ଟି ଆସନ ଜିତିବା ସହ ବିଜେପିକୁ କ୍ଷମତାରୁ ହଟାଇବାକୁ ପଡ଼ିବ। ସେହିପରି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପର୍କରେ ଅଖିଳେଶ କହିଛନ୍ତି ଯେ ଆମନ୍ତ୍ରଣ ନକଲେ କେହି ଯାଆନ୍ତି ନାହିଁ। ଯେତେବେଳେ ଡକାଯାଏ, ସେତେବେଳେ ଆମେ ଯାଉ ଏବଂ ମୁଁ ବିଶ୍ୱାସ କରେ ଯେ ଈଶ୍ବରଙ୍କ ଇଚ୍ଛା ବିନା କେହି ଦର୍ଶନ ପାଇଁ ଯାଇପାରିବେ ନାହିଁ । ତାଙ୍କ ଇଚ୍ଛା ବିନା କେହି ଦର୍ଶନ ପାଇପାରିବେ ନାହିଁ। ଆମେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଈଶ୍ବରଙ୍କ ଦର୍ଶନ କରୁଛୁ।

Related Articles

Back to top button
WP Twitter Auto Publish Powered By : XYZScripts.com