Breaking NewsFeaturedରାଜନୀତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପୁଣି କେଉଁ ଗୁମର ଖୋଲିଲେ ବିଜେପି ନେତ୍ରୀ, ଦେଖନ୍ତୁ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଛା ଛାଡୁନି ବିବାଦ । ଗୋଟିଏ ପରେ ଗୋଟିଏ ଦୁର୍ନୀତିରେ ଫଶୁଛନ୍ତି ଆପ ମୁଖ୍ୟ । ପ୍ରଥମେ ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ବାରମ୍ବାର ସମନ କରୁଥିବା ବେଳେ କେଜ୍ରିୱାଲ ଗିରଫ ହେବା ଆଶଙ୍କା ବଢିବାରେ ଲାଗିଛି । ଏମିତି କି ଦିଲ୍ଲୀର ତିହାର ଜେଲରୁ ସରକାର ଚଳାଇବା ପାଇଁ ଆପ ଯୋଜନା କରୁଥିବା କୁହାଯାଉଛି । ନଚେତ ପତ୍ନୀ ସୁନିତାଙ୍କୁ ମୁଖ୍ୟମନ୍ତ୍ରୀ କରି ଜେଲ ଯିବା ପାଇଁ କେଜ୍ରିୱାଲ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।

କିନ୍ତୁ କେଜ୍ରିୱାଲ ନିଜକୁ ସଚ୍ଚୋଟ ଓ ସ୍ୱଚ୍ଛ ବୋଲି କହି ଆସୁଛନ୍ତି । ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ମିନାକ୍ଷୀ ଲେଖି । ସେ କହିଛନ୍ତି ଆପ ଯେଉଁ ସଚ୍ଚୋଟତାର ଡିଣ୍ଡିମ ପିଟୁଥିଲା, ତାର ଏବେ ପୋଲ୍ ଖୋଲି ଯାଇଛି । କେଜ୍ରିୱାଲ ତାଙ୍କର ପ୍ରାସାଦ ଶିଷମହଲରେ ପାଖାପାଖି ୩୦ କୋଟି ଟଙ୍କା କେବଳ ସିବିଲ କାମ ପାଇଁ ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି । ସବୁଠୁ ବଡ ଓ ଲଜ୍ଜ୍ୟାଜନକ କଥା ହେଉଛି ଯେତେବେଳେ ଦିଲ୍ଲୀବାସୀ ମହାମାରୀ ସହ ସଂଘର୍ଷ କରୁଥିଲେ ସେତେବେଲେ ଏହି ମହଲ ନିର୍ମାଣ କରାଯାଇଥିଲା । ତେଣୁ କେଜ୍ରିୱାଲ କଟ୍ଟର ଇମାନଦାର ନୁହେଁ ବର କଟ୍ଟର ଭ୍ରଷ୍ଟାଚାର ବୋଲି ଟ୍ୱିଟ କରି କହିଛନ୍ତି ବିଜେପି ନେତ୍ରୀ ମିନାକ୍ଷୀ ଲେଖି ।

ଏଠାରେ କହିରଖୁଛୁ ଯେ, କେଜ୍ରିୱାଲ ପ୍ରାସାଦ ନିର୍ମାଣରେ ନିୟମ ଓ ନିୟମାବଳୀକୁ କିପରି ଉଲ୍ଲଂଘନ କରିଛନ୍ତି ତାହା ପୂର୍ବରୁ ସାମ୍ନାକୁ ଆସିଛି । ଅପରେସନ ଶିଷମହଲରେ ସମସ୍ତ ତଥ୍ୟ ମିଳି ସାରିଛି । କି ଏହାକୁ ତିଆରି କରିବା ପାଇଁ କିଭଳି ପାଣି ପରି ଟଙ୍କା ଖର୍ଚ୍ଚ କରାଯାଇଛି । ପୁରୁଣା ସିଏମ ବାସଭବନକୁ ନବୀକରଣ କରିବା ପରିବର୍ତେ ଏକ ସଂପୂର୍ଣ୍ଣ ନୂତନ ରାଜକୀୟ ମହଲ ନିର୍ମାଣ କରାଯାଇଛି । ଆଉ ଏହି ଅପରେସନ ଶିଷମହଲରେ କେଜ୍ରିୱାଲଙ୍କ ମହଲର ଭିତରର ଚିତ୍ର ବି ସାମ୍ନାକୁ ଆସିଛି । ଯାହାକୁ ନେଇ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୋଟିଏ ପରେ ଗୋଟିଏ ବିଦାରେ ଛନ୍ଦି ହେବା କେଜ୍ରିୱାଲଙ୍କ ପାଇଁ କିଭଳି ପରିସ୍ଥିତି ସୃଷ୍ଟି କରିବ, ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com