ଓଡ଼ିଶା

୬ ମାସ ପରେ ପୁଣି ଦୀପିକା

ଦିର୍ଘ ଦିନର ବିରତି ପରେ ପୁଣି ପ୍ରେମିକଙ୍କ ଦୁଆରେ ଧାରଣା ଦେଲେ ବ୍ରହ୍ମପୁରର କେ. ଦିପିକା । ସ୍ତ୍ରୀର ଅଧିକାର ଓ ପୁଅକୁ ତାର ବାପାର ପରିଚୟ ପ୍ରଦାନ ଦାବିରରେ ଗତ ଅଗଷ୍ଟ ୨ ତାରିଖରେ ଦୀପିକା ନିଜର ପ୍ରେମିକ ଦିନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିବା ଆରମ୍ଭ କରିଥିଲେ । ଆଉ ଏବେ ଦିପିକା ପୁଣି ଥରେ ପ୍ରେମୀକ ଦିନେସଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ବୁଧବାର ବଡ ବଜାରର ଦେଶୀ ବେହେରାସାହିରେ ଥିବା ଦିନେଶଙ୍କ ଘର ଦୁଆରେ ଦୀପିକା ଧଆରଣା ଦେଇଥିବା ବେଳେ ଆଜି ହେଉଛି ଦ୍ୱିତୀୟ ଦିନ ।

ଦୀପିକାଙ୍କ ଗୋଟିଏ ଜିଦ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣାରୁ ହଟିବେନି । କାରଣ ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦିର୍ଘ ବର୍ଷେ ହେବ ପ୍ରେମିକ ଦୁଆରେ ଆସି ନ୍ୟାୟ ମାଗୁଛନ୍ତି କେ ଦୀପିକା । ଦିର୍ଘ ୬ ମାସ ପରେ ପୁଣି ଥରେ ସେ ମୈଦାନକୁ ଓହ୍ଲାଇଛନ୍ତି । ନଛୋଡ ବନ୍ଧା ଦୀପିକାଙ୍କ ଗୋଟିଏ ଜିଦ ଏଥର ନ୍ୟାୟ ନମିଳିବା ଯାଏ ସେ ଧାରଣାରୁ ଉଠିବେନି । ଏହା ସହ ପ୍ରେମିକଙ୍କ ପରିବାର ଓ ସମ୍ପର୍କିୟଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ।

ଦୀପିକାଙ୍କ ଅଭିଯୋଗ ଆନୁସାରେ ବୁଧବାର ସକାଳେ ଦୀପିକା ଦିନେଶଙ୍କ ଘର ବାରଣ୍ଡାରେ ଧାରଣାରେ ଥିବା ସମୟରେ ହଠାତ ଦିନେଶଙ୍କ ପରିବାର ଲୋକେ ତାହ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ଦୀପିକାଙ୍କ ଉପରକୁ ଲଙ୍କାଗୁଣ୍ଡ ପାଣି ଫିଙ୍ଗିଥିଲେ । ଏନେଇ ଦୀପିକା ବ୍ରହ୍ମପୁର ଏସପିଙ୍କ ଦ୍ୱାରସ୍ତ ହେବା ସହ ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି ।

ଏଠି କହିରଖୁଛି ୨୦୨୨ ଅଗଷ୍ଟ ୨ରେ ପତ୍ନୀର ମାନ୍ୟତା ଦାବି କରି ପ୍ରଥମ ଥର ପାଇଁ କେ ଦିନେଶଙ୍କ ଘର ସୀମ୍ନାରେ ଧାରଣା ଦେଇଥିଲେ କେ ଦୀପିକା । ଖରା, ବର୍ଷା, ଶୀତକୁ ସହି ପ୍ରେମିକଙ୍କ ଘର ସାମ୍ନାରେ ଟେଣ୍ଡ ପକେଇ ଧାରଣା ଜାରି ରଖିଥିଲେ ଦୀପିକା । ସେହି ସମୟ ମଧ୍ୟରେ କେତେବେଳେ ତାହଅକ ଟେଣ୍ଡକୁ ଫିଙ୍ଗି ଦିଆଯାଇଛି ତ ଆଉ କେତେବେଳେ ତାଙ୍କୁ ଦୁର୍ବ୍ୟବହାର ଧମକ ଦିଆଯାଇଥିବା ଅଭିଯୋଗ ଆଣିଥିଲେ ଦୀପିକା ।

ଏମିତିକି ୬ ମାସର ଲଢେଇ ଭିତରେ ରାଜ୍ୟ ମହିଳା ମିଶନଙ୍କ ଠାରୁ ଆରମ୍ଭ କରି ବ୍ରହ୍ନପୁର ଏଡିଜେ ଏବଂ ଫ୍ୟାମିଲ କୋର୍ଟ ଯାଏଁ ପହଞ୍ଚି ଥିଲେ ଦୀପିକା । ଏପରି କି ହାଇକୋର୍ଟରେ ମଧ୍ୟ ମାମଲା ଦାୟର କରିଛନ୍ତି । କିନ୍ତୁ ଏଯାଏଁ କାହିକି ନ୍ୟାୟ ମିଳୁନି ବୋଲି କହିବା ସହ ଦିନେଶଙ୍କ ଘର ।ଗରେ ନିର୍ଣ୍ଣାୟକ ଲଢେଇର ଚେତାବନୀ ଦେଇଛନ୍ତି ଦୀପିକା । ଗୋଟେପଟେ ନ୍ୟାୟ ନମିଳିବା ଯାଏ ଧାରଣାରୁ ଉଠିବେନି ବୋଲି ଦୀପିକା ଗୋଟେ ପ୍ରକାରର ଦୃଢ ସଂକଳ୍ପ କରିଥିବା ବେଳେ ଆଗକୁ କି ପଦକ୍ଷେପ ନେବେ ତା ଉପରେ ସମସ୍ତଙ୍କ ନଜର ।

 

Related Articles

Back to top button
WP Twitter Auto Publish Powered By : XYZScripts.com