Featured

ସହିଦ୍ ସଲାମ୍

ଗଭିର ଖାଇକୁ ଖସିଲା ସେନା ଟ୍ରକ । ସେନା ଗାଡି ଦୁର୍ଘଟଣା ଗସ୍ତ ହୋଇ ଖାଇକୁ ଖସିପଡିବାରୁ ସହିଦ ହୋଇଗଲେ ୯ ଯବାନ । ସେମାନଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ ଅଫିସରଙ୍କ ସମେତ ୮ ଯବାନ ଅଛନ୍ତି । ଏହି ଦୁର୍ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି । ଶନିବାର ଲେହ ଜିଲ୍ଲାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି । ସେନା ଟିମ ସହ କାରୁ ଗ୍ୟାରିସନରୁ ଲେହ ନିକଟବର୍ତ୍ତି କେରୀ ଆଡ଼କୁ ଯାଉଥିବା ବେଳେ ସମୟ ପାଖାପାଖି ୫ଟା ୪୫ରୁ ୬ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।

ତେବେ ସେନା ଟ୍ରକ ସହ ଗୋଟିଏ ଏସୟିଭି ଓ ଆମ୍ବୁଲାନ୍ସ ସହ ମୋଟ ୩ଟି ଗାଡିରେ ସେନାର ଏକ ଟିମ ଯାଉଥିଲେ । ଏଥିରେ ୩ଜଣ ଅଫିସର, ୨ ଜଣ ଜେସିଓ ଏବଂ ୩୪ ଜଣ ଯବାନ ଥିଲେ । ୧୦ ଜଣ ଯବାନ ଥିବା ଟ୍ରକଟି ଦପର୍ଘଟଣା ଗସ୍ତ ହୋଇଥିଲା । ଏଥିରେ ୯ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କେମିତି ।ୁ କିପରି ହେଲା ଏତେବଡ ଦୁର୍ଘଟଣା ତାର ପ୍ରକୃତ କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ।

ତେବେ ଘଟଣା ସମ୍ପର୍କରେ ସୂଚନା ଦେଇ ଲଦାଖ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଲଦାଖ ଦକ୍ଷିଣାଞ୍ଚଳ ନ୍ୟୋମାର କେରି ସହରଠାରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ଭାରତୀୟ ସେନାର ୯ ଜଣ ସୈନିକ ପ୍ରାଣ ହରାଇଛନ୍ତି। ସେହିପରି ଘଟଣା ସହ ଜଡିତ ଅନ୍ୟ କୌଣସି ସୂଚନା ଏପର୍ୟ୍ୟନ୍ତ ହସ୍ତଗତ ହୋଇନାହିଁ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ।

ତେବେ ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୃର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ରାଜନାଥ ସିଂହ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି “ଲଦାଖର ଲେହ ନିକଟରେ ଏକ ଦୁର୍ଘଟଣା ଯୋଗୁ ଭାରତୀୟ ସେନା କର୍ମଚାରୀଙ୍କ ପ୍ରାଣହାନୀ ଘଟଣାରେ ଦୁଃଖିତ। ଦେଶ ପାଇଁ ସେମାନଙ୍କର ଆଦର୍ଶଗତ ସେବାକୁ ଆମେ କେବେବି ଭୁଲି ପାରିବୁ ନାହିଁ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଆହତ କର୍ମଚାରୀଙ୍କୁ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏହା ହିଁ ମୋର ପ୍ରାର୍ଥନା।”

 

ତେବେ ଏହାପୂର୍ବରୁ ଏପ୍ରିଲ୍ ୨୦୨୩ ରେ ପୁଞ୍ଚ-ଜାମ୍ମୁ ଜାତୀୟ ରାଜପଥରେ ଏକ ସେନା ଗାଡିରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୫ ସେନା ଯବାନ ସହିଦ ହୋଇଥିଲେ। ସେହିପରି ଆଉ ଏକ ସଡ଼କ ଦୁର୍ଘଟଣା ୨୦୨୨ ଡିସେମ୍ବରରେ ଘଟିଥିଲା। ସେନା ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ସିକ୍କିମର ଏକ ଗଭୀର ଖାଇରେ ଖସିପଡିବାରୁ ୧୬ ଯବାନଙ୍କ ମୃତ୍ୟୁ ଘଟିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com