Featured

ସେପ୍ଟେମ୍ବରରେ ୧୬ ଦିିନ ବ୍ୟାଙ୍କ ବନ୍ଦ

ବ୍ୟାଙ୍କ ସହ ଜଡିତ କିଛି କାମ ଅଛି କି ? ତେବେ ତୁରନ୍ତ ସମାପ୍ତ କରିଦିଅନ୍ତୁ । କାରଣ ସେପ୍ଟେମ୍ବରରେ ୧୬ ଦିିନ ବ୍ୟାଙ୍କ ବନ୍ଦ ରହିବ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଘୋଷଣା କରିଛି । । ଦେଶର ବିଭିନ୍ନ ରାଜ୍ୟରେ ରବିବାର, ଦ୍ୱିତୀୟ ଶନିବାର ଏବଂ ଚତୁର୍ଥ ଶନିବାର ସମେତ ସେପ୍ଟେମ୍ବର ମାସରେ ବ୍ୟାଙ୍କଗୁଡିକ ୧୬ ଦିନ ପାଇଁ ବନ୍ଦ ରହିବ । ଜନ୍ମାଷ୍ଟମୀ, ବିନାୟକ ଚତୁର୍ଥୀ, ଗଣେଶ ପୂଜା, ନୂଆଖାଇ, ଶ୍ରୀ ନାରାୟଣ ଗୁରୁ ସମାଧି ଜନ୍ମଦିନ, ମହାରାଜା ସିଂହଙ୍କ ଜନ୍ମ ବାର୍ଷିକୀ, ମିଲାଦ-ଇ-ଶେରିଫ, ଇଦ-ଇ-ମିଲାଦ, ଇଦ-ଇ-ମିଲାଦ-ଉଲ-ନାବି ଅବସରରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।
ତେବେ କେଉଁ ରାଜ୍ୟରେ କାବେ ବ୍ୟାଙ୍କ ବନ୍ଦ ରହିବ ତାହା ଆସନ୍ତୁ ଜାଣିବା ।

ସେପ୍ଟେମ୍ବର ୬ରେ ଜନ୍ମାଷ୍ଟମୀ ପାଇଁ ଆନ୍ଧ୍ରପ୍ରଦେଶ, ବିହାର, ଓଡିଶା, ତାମିଲନାଡୁରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ସେହିପରି ସେପ୍ଟେମ୍ବର ୭ରେ ଜନ୍ମାଷ୍ଟମୀ ପାଇଁ ଗୁଜୁରାଟ, ମଧ୍ୟପ୍ରଦେଶ, ଚଣ୍ଡିଗଡ଼, ସିକ୍କିମ, ରାଜସ୍ଥାନ, ଜାମ୍ମୁ, ବିହାର, ଛତିଶଗଡ ଏବଂ ଝାଡ଼ଖଣ୍ଡ, ମେଘାଳୟ, ହିମାଚଳ ପ୍ରଦେଶ ଏବଂ ଶ୍ରୀନଗରରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ସେପ୍ଟେମ୍ବର ୧୮ରେ ବରସିଦ୍ଧି ବିନାୟକ ବ୍ରତ ଏବଂ ବିନାୟକ ଚତୁର୍ଥୀରେ : କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ ବ୍ୟାଙ୍କ ବନ୍ଦ ରହିବ । ପ୍ଟେମ୍ବର ୧୯ରେ ଗଣେଶ ଚତୁର୍ଥୀରେ ଗୁଜୁରାଟ, ମହାରାଷ୍ଟ୍ର, ଓଡିଶା, ତାମିଲନାଡୁ ଏବଂ ଗୋଆରେ ବ୍ୟାଙ୍କ ବନ୍ଦ ରହିବ ।

ସେପ୍ଟେମ୍ବର ୨୦ରେ ଗଣେଶ ଚତୁର୍ଥୀର ଦ୍ୱିତୀୟ ଦିନ ଏବଂ ନୁଆଖାଇରେ, ଓଡିଶା ଏବଂ ଗୋଆରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ସେପ୍ଟେମ୍ବର ୨୨ରେ ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ ପାଇଁ କେରଳରେ ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ବର ୨୩ ରେ ଚତୁର୍ଥ ଶନିବାର ଏବଂ ମହାରାଜା ହରି ସିଂଙ୍କ ଜନ୍ମଦିନରେ ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ବର ୨୫ରେ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମ ବାର୍ଷିକୀରେ ଆସାମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ

। ସେପ୍ଟେମ୍ବର ୨୬ରେ ମିଲାଦ-ଇ-ଶେରିଫ ଯେଉଁଥି ପାଇଁ ଜାମ୍ମୁ ଏବଂ କେରଳରେ ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ବର ୨୮ରେ ଇଦ୍-ଇ-ମିଲାଦ ପାଇଁ ଗୁଜୁରାଟ, ମିଜୋରାମ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ତେଲେଙ୍ଗାନା, ମଣିପୁର, ଉତ୍ତରପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଏବଂ ନୂଆଦିଲ୍ଲୀ ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ବର ୨୯ରେ ଇଦ୍-ଇ-ମିଲାଦ-ଉଲ-ନାବି ପରେ ଇନ୍ଦ୍ରରାଜ ଏବଂ ଶୁକ୍ରବାରରେ ସିକ୍କିମ, ଜାମ୍ମୁ ଏବଂ ଶ୍ରୀନଗର ଆଦିର ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ଏଟିଏମ ସାହାଯ୍ୟରେ ଟଙ୍କା ଉଠାଇବା ଏବଂ ଅନଲାଇନ ଦ୍ୱାରା ଟଙ୍କା ଦେଣ ନେଣ କରିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com