Breaking NewsFeaturedରାଜନୀତି

୮୦ ପ୍ରତିଶତ ଭାରତୀୟଙ୍କ ପସନ୍ଦ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରନ୍ତି ୮୦ ପ୍ରତିଶତ ଭାରତୀୟ । ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ପିୟୁ ରିସର୍ଚ ଏହି ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ୮୦ ପ୍ରତିସତ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରନ୍ତି । କାରଣ ଏହି ସର୍ଭେରେ ଭାଗ ନେଇଥିବା ୧୦ ଜଣରୁ ୮ ଜଣ ମୋଦିଙ୍କ ସପକ୍ଷରେ ମତ ଦେଇଛନ୍ତି । ଏଥି ସହିତ ନିକଟ ଅତିତରେ ବିଶ୍ୱରେ ଭାରତର ପ୍ରଭାବ ପଡିଥିବା ବଷୟରେ ପିୟୁ ପକ୍ଷରୁ ମଧ୍ୟ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଭାଗ ନେଇଥିବା ଲୋକମାନେ ସେମାନଙ୍କ ମତ ଦେଇଛନ୍ତି । ଯେଉଁଥିରେ ୪୬ ପ୍ରତିଶତ ଭାରତ ସପକ୍ଷରେ ମତ ଦେଇଥିବା ବେଳେ ୩୪ ପ୍ରତିଶତ ବିପକ୍ଷରେ ମତ ଦେଇଛନ୍ତି । ସେହିପରି ୧୬ ପ୍ରତିଶତ ସେମାନଙ୍କ ମତାମତ ଦେଇନାହାନ୍ତିା ଇସ୍ରାଏଲରେ ଭାରତକୁ ନେଇ ସବୁଠାରୁ ଅଧିକ ସକରାତ୍ମକ ପ୍ରତିକ୍ରିୟା ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି । ଏଠାରେ ୭୧ ପ୍ରତିଶତ ଲୋକ ଦେଶ ପ୍ରତି ଅନୁକୂଳ ମତ ଦେଇଛନ୍ତି । ସହେିପରି ୬୫ ପ୍ରତିଶତ ଭାରତୀୟ ଆମେରିକା ସପକ୍ଷରେ ମତ ଦେଇଥିବା ବେଳେ ୪୧ ପ୍ରତିଶତ କହିଛନ୍ତି ରୁଷର ପ୍ରଭାବ ମଜବୁତ ହୋଇଛି ।

 

ସେହିପରି ପୁିୟୁ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଷୟୀକ ବିଚାର, ବିଶ୍ୱରେ ଭାରତର ପ୍ରଭାବ ଏବଂ ଅନ୍ୟ ଦେଶମାନଙ୍କ ଉପରେ ଭାରତୀୟଙ୍କ ବିଚାର କଣ ରହିଛି ତାହା ଯାଞ୍ଚ କରିବା ପାଇଁ ୨୪ଟି ଦେଶର ୩୦ ହଜାର ୮୧୬ ଜଣ ବୟସ୍କଙ୍କୁ ନେଇ ୨୦ ଫେବ୍ରୁାରୀରୁ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ଯେଉଁଥିରେ ଭାରତର ୨ ହଜାର ୬୧୧ ଜଣ ସାମିଲ ଥିଲେ । ମଙ୍ଗଳବାର ଜାରି କରାଯାଇଥିବା ଏହି ରିପୋର୍ଟରେ ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୮ ଜଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସପକ୍ଷରେ ମତ ଦେଇଛନ୍ତି ।

 

ତେବେ ପ୍ରଧାମନ୍ତ୍ରୀ ଭାବରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଏବଂ ସେ ୨୦୨୪ ଲୋକସଭା ନିର୍ବାଚନରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି । ସେହିପରି ପିୟୁ ସର୍ଭେରୁ ଜଣାପଡିଛି ଯେ ୨୦୨୩ରେ କେବଳ ଏକ ପଞ୍ଚମାଂଶ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ପ୍ରତିକୂଳ ରାୟ ଦେଇଥିଲେ । ଅନ୍ୟପଟେ ପିୟୁ ସର୍ଭେର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବିଜେପି ପ୍ରତିକ୍ରିୟା ଦେଇ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲୋକପ୍ରିୟତା ଏବେବି ଅକ୍ଷୁର୍ଣ୍ଣ ରହିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com