Breaking NewsFeaturedରାଜନୀତି

ମୋଦିଙ୍କୁ ସୋନିଆଙ୍କ ୯ଟି ପ୍ରଶ୍ନ

ଆଗାମୀ ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ବସିବ ସଂସଦର ସ୍ୱତନ୍ତ୍ର ଅଦିବେସନ । ହେଲେ ଏଇ ସ୍ୱତନ୍ତ୍ର ଅଦିବେଶନକୁ ନେଇ ରାଜନୀତି ଏବେ ପୁରା ସରଗରମ । କୁହାଯାଉଛି ଏଇ ଅଧିବେସନରେ କେନ୍ଦ୍ର ସରକାର ୱାନ ନେସନ ୱାନ ଇଲେକ୍ସନ ବିଲ ଆଣିବା ସହିତ ସମ୍ବିଧାନରୁ ଇଣ୍ଡିଆ ଶଦ୍ଦକୁ ହଟାଇବା ପାଇଁ ବିଲ ଆଣିପାରନ୍ତି । ଏପରିକି ଏଇ ୫ଦିନିଆ ଅଧିବେସନ ଲୋକସଭା ନିର୍ବାଚନ ପୁର୍ବାରୁ ଶେଷ ଅଧିବେସନ ହେବା ସହିତ ଏଥିରେ ସରକାର ଏକ ସ୍ୱତନ୍ତ୍ର ବଜେଟ ବି ଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏଇ ସ୍ୱତନ୍ତ୍ର ଅଧିବେସନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି କଂଗ୍ରେସର ପୁର୍ବାତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ କୌଣସି ବି ସ୍ୱତନ୍ତ୍ର ଅଧିବେସନ ପୁରର୍ବାରୁ ସରକାର ବିରୋଧି ଦଳ ସହ ଆଲୋଚନା କରିଥାନ୍ତି ।

ସରକାର ସ୍ୱତନ୍ତ୍ର ଅଧିବେସନ ଡାକିବାର କାରଣ ଜଣାଇବା ସହ ତା ବାବଦରେ ଆଲୋଚନା କରି ବିପକ୍ଷ ଦଳଗୁଡିକର ସହମତି ଲୋଡିବା ପାଇଁ ପ୍ରୟାସ କରନ୍ତି । କିନ୍ତୁ ଆଗାମୀ ଅଧିବେସନ ପାଇଁ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଏଜେଣ୍ଡା ବାବଦରେ କୌଣସି ତଥ୍ୟ ଦିଆଯାଇ ନାହିଁ । ତେଣୁ ସୋନିଆ କହିଛନ୍ତି ଏଇ ଅଧିବେସନ କେବଳ ସରକାରୀ ବେପାର ପାଇଁ ଉଦ୍ଧିଷ୍ଟ । ତେବେ ଏହାକୁ ନେଇ ସୋନିଆ ଏକଥା ବି କହିଛନ୍ତି ଯେ ଦେଶରେ ଏବେ ଅନେକ ପ୍ରକାରର ସମସ୍ୟା ରହିଛି । ତେଣୁ ସେସବୁ ବାବଦରେ ଆଗାମୀ ସ୍ୱତନ୍ତ୍ର ଅଧିବେସନରେ ଆଲୋଚନା କରିବା ପାଇଁ ପତ୍ର ମାଧ୍ୟମରେ ଜଣାଇଛନ୍ତି ମିସେସ ଗାନ୍ଧୀ । ଏଇ ଚିଠିରେ ସୋନିଆ ୯ଟି ପ୍ରଂସଗ ଉଠାଇଛନ୍ତି ବା ୯ଟି ମୁଦ୍ଦା ଥୋଇଛନ୍ତି ଏନଡିଏ ସରକାରର ସାମନାରେ । କହିଛନ୍ତି ସରକାରଙ୍କ ପାଖରେ ଯଦି ପ୍ରଂସଗ ନାହିଁ ତେବେ ଦେଶର ଗୁରୁତ୍ୱପୁର୍ଣ୍ଣ ଏଇ ୯ଟି ପ୍ରସଂଗ ଉପରେ ଆଲୋଚନା କରାଯାଉ । ତେବେ ଆସନ୍ତୁ ନଜର ପକାଇବା କେଉଂ ୯ଟି ପ୍ରଂସଗକୁ ନେଇ ଆଲୋଚନା କରିବାକୁ ଚିଠି ଲେଖିଛନ୍ତି ସୋନିଆ ।

୧- ଦରଦାମ ବୃଦ୍ଧି, ବେରୋଜଗାରୀ ଓ ଏମଏସଏମଇ କ୍ଷେତ୍ରରେ ସଂକଟ
୨- ଏମଏସପିକୁ ନେଇ କୃଷକମାନଙ୍କୁ ଦିଆଯାଇଥିବା ପ୍ରତିଶୃତି
୩- ଅଦାନୀଙ୍କ ବିରୁଦ୍ଧରେ ଜେପିସି ବା ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଦ୍ୱାରା ତଦନ୍ତ
୪- ମଣିପୁରବାସୀଙ୍କ ପରିସ୍ଥିତି ସହ ରାଜ୍ୟରେ ବିଗିଡି ଯାଉଥିବା ସାମାଜିକ ସଦଭାବ
୫- ହରିୟାଣା ଭଳି ରାଜ୍ୟଗୁଡିକରେ ସାମ୍ପ୍ରଦାୟୀକ ହିଂସା
୬- ଚୀନ ଦ୍ୱାରା ଲଦାଖ- ଅରୁଣାଚଳପ୍ରଦେଶରେ ଜବରଦଖଲ
୭- ଅଗ୍ରାଧିକାର ଭିତିରେ ଜାତିଭିତିକ ଜନଗଣନା
୮- କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିଗିଡି ଯାଉଥିବା ସଂପର୍କ
୯- କିଛି ରାଜ୍ୟରେ ବନ୍ୟା ଓ ମରୁଡି ପାଇଁ ହୋଇଥିବା ବ୍ୟାପକ କ୍ଷୟକ୍ଷତି

ଏଇ ୯ଟିି ପ୍ରସଂଗରେ ଚର୍ଚ୍ଚା କରିବାକୁ ମୋଦିଙ୍କୁ ପତ୍ର ଲେଖି ଜଣାଇଛନ୍ତି । ସୋନିଆ । ସେପଟେ କଂଗ୍ରେସ କହିଛି ଏଇ ସ୍ୱତନ୍ତ୍ର ଅଧିବେସନକୁ ସେମାନେ ବୟକଟ କରିବାକୁ ଚାହୁଁନହାନ୍ତି । କାରଣ ଏବେ ସରକାରଙ୍କ ସାମନାରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିବାର ପ୍ରକୃଷ୍ଟ ସମୟ । ତେବେ ଦେଖିବାକୁ ରହିଲା ସଂସଦର ଏଇ ସ୍ୱତନ୍ତ୍ର ଅଧିବେସନରେ କଣ ସବୁ ସ୍ୱତନ୍ତ୍ରତା ଦେଖିବାକୁ ମିଳୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com