ବିଜ୍ଞାନ ଓ ପ୍ରଯୁକ୍ତି

ଓଡ଼ିଶାରେ H3N2 ଇନଫ୍ଲୁଏଞ୍ଜାରେ ୫୯ ସଂକ୍ରମିତ

ଭୁବନେଶ୍ୱର, ୨୩/ ୦୩/ ୨୦୨୩ –     ଓଡିଶାରେ ଗତ ୨ ମାସରେ ୨୨୫ ନମୁନା ମଧ୍ୟରୁ ପ୍ରାୟ ୫୯ ଜଣ H3N2 ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ରବିବାର ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ଏହାସହିତ ସ୍ୱାସ୍ଥ୍ୟ ସୁବିଧା ଏବଂ ଇନଫ୍ଲୁଏଞ୍ଜା ପରି ରୋଗ ଓ ଶ୍ୱାସକ୍ରିୟା ସଂକ୍ରମଣ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।  ବୃଦ୍ଧି ପାଉଥିବା H3N2 ଭାଇରସ ସଂକ୍ରମଣ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି H1N1 ଏବଂ H3N2 ଇନଫ୍ଲୁଏଞ୍ଜା ‘ଏ’ ଭାଇରସର ସବ୍ ଭାରିଆଣ୍ଟ ବୋଲି କହିଛି ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ୩୦ଟି DPHLs ଏହାର ୨୩ ଟି RTPCR ଲାବୋରେଟୋରୀ ଏବଂ DPHL ରେ ନିୟମିତ ଭାବରେ ନମୁନାର ପରୀକ୍ଷଣ କରିବା ସହ ILI ଏବଂ SARI ମାମଲାଗୁଡିକ ଉପରେ ନଜର ରଖିଛି । ଏହାର ୩୦ଟି DPHL ନିୟମିତ ଅଧାରରେ H1N1 ପରୀକ୍ଷଣ କରୁଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏହି ଭାଇରସରେ ସାଧାରଣତଃ ଜ୍ୱର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖା ଦେଇଥାଏ । ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଏହି ସାମାନ୍ୟ ଫ୍ଲୁ’ ପିଲାଠୁ ବୟସ୍କ ସମସ୍ତଙ୍କ ଦେହରେ ସାଧାରଣ ଭାବରେ ଦେଖା ଯାଇଥାଏ । ତେଣୁ ନିୟମିତ ହାତ ଧୋଇବା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଜନଗହଳିପୂର୍ଣ୍ଣ ଇଲାକାରୁ ଦୂରେଇ ରହିବା ଦ୍ୱାରା ସଂକ୍ରମଣ ହ୍ରାସ ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com