Breaking NewsFeaturedରାଜନୀତି

ଇଣ୍ଡିଆ ଗୋଟେ ଗାଳି, ବିଜେପି ନେତା

ମୋଦି ବିରୋଧି ମେଣ୍ଟ ତାଙ୍କ ନାଁ ଇଣ୍ଡିଆ ରଖିବା ପରେ ଇଣ୍ଡିଆ ନାଁକୁ ନେଇ ବିବାଦ ତଥା ରାଜନୀତି ଆରମ୍ଭ ହୋଇଯାଇଥିଲା । ଧିରେ ଧିରେ ବିରୋଧି ତାଙ୍କ ନାଁକୁ ଆଗାମୀ ନିର୍ବାଚନ ପାଇଁ ପ୍ରମୁଖ ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ଦେଖି ଟେନସନରେ ଥିଲା ବିଜେପି କ୍ୟାମ୍ପ । ତେବେ ଏଇ କିଛିଦିନ ତଳେ ମେଣ୍ଟର ତ-ତୀୟ ବୈ÷ଠକ ବସିଥିଲା ମୁମ୍ବାଇରେ ଯେଉଁଠି ଦଳର ତାର ସ୍ଲୋଗାନ ବା ନାରାକୁ ଆଣିଥିଲା ସାମନାକୁ । ଯୁଡେଗା ଭାରତ ଜିତେଗା ଇଣ୍ଡିଆକୁ ନିଜର ନାରା ଭାବରେ ଆଣିଥିଲା ବିରୋଧି ମେଣ୍ଟ । ଆଉ ଏହାପରେ ରାଜନୀତି ବି ଆହୁରି ସରଗରମ ହୋଇଥିଲା । କିନ୍ତୁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ର ଏଇ ନିଆଁରେ ସତେ ଯେମିତି ଘିଅ ଡାଳି ଦେଇଛି ।

ଜି-୨୦ ସମ୍ମୀଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ରାତ୍ର ଭୋଜନ ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଥିଲା । ଯେଉଁ ପତ୍ରଟି ଇଂରାଜୀରେ ଲେଖା ଯାଇଥିବା ବେଳେ ସେଠି ଇଣ୍ଡିଆ ବଦଳରେ ଭାରତ ଲୋଖା ହୋଇଥିଲା । ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ଲେଖା ହୋଇଥିଲା ପ୍ରେସିଡେଣ୍ଟ ଅଫ ଭାରତ । ଏପରିକି ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେସନ ଯାହା ସେପ୍ଟେମ୍ବର ୧୮ରୁ ୨୨ ଯାଏଁ ଚାଲିବ, ସେଇ ଅଧିବେସନରେ ଏନେଇ ସମ୍ବିଧାନ ସଂସୋଧନ ପ୍ରସ୍ତାବ ବି ଆଣିପାରନ୍ତି କେନ୍ଦ୍ର ସରକାର । ଆଉ ଏବେ ଏଇ ଇଣ୍ଡିଆ ନାଁକୁ ନେଇ ହଠାତ ସରଗରମ ହୋଇଯାଇଛି ରାଜନୈତିକ ପାଣିପାଗ ।

ବିରୋଧି ମେଣ୍ଟ ପକ୍ଷରୁ କୁହାଯାଇଛି ଯେ ବିରୋଧି ମେଣ୍ଟର ନାଁ ଇଣ୍ଡିଆ ରଖାଯିବାରୁ ବିଜେପି ପୁରା ଡରି ଯାଇଛି । ଯୋଉଥି ପାଇଁ ରାତାରାତି ଦେଶର ନାଁ ବଦଳେଇ ଦିଆଯାଇଛି । ଆପ ସାଂସଦ ସଂଜୟ ସିଂ କହିଛନ୍ତି ସମ୍ବିଧାନର ପ୍ରଥମ ବାକ୍ୟ ହେଉଛି ଇଣ୍ଡିଆ ଦାଟ ଇଜ ଭାରତ । ତେଣୁ ଏହାକୁ ବଦଳାଇବା ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ତେବେ ଏଇ ନାଁ ପରିବର୍ତ୍ତନକୁ ନେଇ ବିଜେପି ଖୁସିବ୍ୟକ୍ତ କରିଥିବା ବେଲେ ବିଜେପି ନେତା ତଥା ସାସଂଦ ହରନାଥ ସିଂ ଯାଦବ ଦେଇଛନ୍ତି ବିବାଦୀୟ ବୟାନ । ସେ କହିଛନ୍ତି ଯେ ସାରା ଦେଶ ଚାହୁଁଛି ଦେଶର ନାଁ ଇଣ୍ଡିଆ ନ ରହି କେବଳ ଭାରତ ରହୁ । ସେମିତିରେ ବି ଇଣ୍ଡିଆ ନାଁକୁ ଇଂରେଜମାନେ ଦେଇଥିବା ବେଳେ ଏହା ଆମକୁ ଗାଳି ଦେବା ପାଇଁ ସେମାନେ ବ୍ୟବାହର କରୁଥିଲେ । ଇଂଡିଆ ଗୋଟିଏ ସ୍ଲାଙ୍ଗ ୱାର୍ଡ ବୋଲି କହିଥିଲେ ହରନାଥ । ତେବେ ତାଙ୍କର ଏଇ ବୟାନକୁ ନେଇ ବିରୋଧି ସମତେ ସାଧାରଣ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି ରାଜନୀତି ପାଇଁ ଦେଶର ନାଁକୁ ଏମିତି କଦର୍ଥ କରାନଯାଉ |

Related Articles

Back to top button
WP Twitter Auto Publish Powered By : XYZScripts.com