Breaking NewsFeaturedଭାଇରାଲ୍ ଭିଡିଓମନୋରଞ୍ଜନ

ଛେଳି କିଣିଲା ଟ୍ରେନ ଟିକେଟ

ଟ୍ରେନରେ ବିନା ଟିକଟରେ ଯାତ୍ରା କରିବା ଆଇନଗତ ଅପରାଧ । ତଥାପି ପ୍ରତିଦିନ ଅନେକ ଯାତ୍ରୀ ବିନା ଟିକେଟରେ ରେଳଯାତ୍ରା କରିଥାନ୍ତି । କାରଣ ଟିକିଏ ସୁଯୋଗ ପାଇବା ମାତ୍ରେ ବିନା ଟିକେଟରେ ରେଳ ଯାତ୍ରା କରିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ଆଉ କେତେକ ସମୟରେ ଟିଟି ହାତରେ ଧରା ପଡି ଫାଇନ ମଧ୍ୟ ଗଣିଥାନ୍ତି । ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆନନ୍ଦ ଦେଲା ଭଳି । ଜଣେ ବୃଦ୍ଧା ଟ୍ରେନରେ ଯାତ୍ରା କରିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ଖୁବ ପ୍ରଶଂସା କରୁଛନ୍ତି । ଯେଉଁଥିରେ ଜଣେ ବୃଦ୍ଧା ସାଥୀରେ ନିଜର ପାଳିତ ଛେଳିକୁ ଧରି ଯାତ୍ରା କରୁଥିବାର ଦେଖିବାକୁ ମିଳିଛି । ଆଉ ସବୁଠୁ ବଡ କଥା ହେଉଛି ବୃଦ୍ଧା ଜଣକ ଟ୍ରେନରେ ଯାତ୍ରା କରିବା ପାଇଁ ନିଜ ଟିକେଟ କାଟିବା ସହ ସାଙ୍ଗରେ ଥିବା ଛେଳି ପାଇଁ ମଧ୍ୟ ଟିକେଟ କାଟିଛନ୍ତି । ମହିଳା ଜଣଙ୍କ ଛେଳି ପାଇଁ ଟିକେଟ କାଟି ସଚ୍ଚୋଟତାର ପରିଚୟ ଦେଇ ସମସ୍ତଙ୍କ ମନ ଜିଣିଛନ୍ତି । ତେବେ ଛେଳି ପାଇଁ ଟ୍ରେନ ଟିକେଟ କାଟିଥିବା ମହିଳାଙ୍କର ଏହି ଭାଇରାଲ ଭିଡିଓଟି ହେଉଛି ପଶ୍ଚିମବଙ୍ଗର ।

ଏହି ଭାଇରାଲ ହେଉଥିବା ଏହି ୨୨ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ଟ୍ରେନରେ ମହିଳା ଜଣକ ତାଙ୍କ ପାଳିତ ଛେଳିକୁ ଧରି ଯାତ୍ରା କରୁଛନ୍ତି । ସେହି ସମୟରେ ତାଙ୍କୁ ଟିଟି ପଚାରୁଛନ୍ତି ଛେଳିକୁ ସାଥିରେ ନେଉଛ । ଆଉ ସେ ହସି ହସି ହଁ ବୋଲି କହୁଛନ୍ତି । ଟିଟି ଜଣକ ପୁଣି ପଚାରୁଛନ୍ତି ଛେଳି ପାଇଁ ଟିକେଟ କାଟିଛ କି । ମହିଳା ଜଣକ ନିଦ୍ୱନ୍ଦରେ ହସି ହସି ଛେଳି ପାଇଁ ଟିକେଟ କରିଥିବା କହିଛନ୍ତି । ଆଉ ଟିଟିଙ୍କୁ ଟିକେଟ ବଢେଇ ଦେଇଛନ୍ତି । ବାସ୍ତବରେ ଟିକେଟ ଦୁଇଜଣଙ୍କ ପାଇଁ କଟାଯାଇଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ଛେଳି ପାଇଁ ଟିକେଟ କାଟି ସମସ୍ତଙ୍କ ହୃଦୟ ଜିତିଛନ୍ତି । ଟିଟି ଟ୍ରେନରେ ଟିକେଟ ଯାଞ୍ଚ କରୁଥିବା ସମୟରେ ଭିଡିଓଟି ସୁଟିଂ କରାଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର୍ସଙ୍କ ପ୍ରଶଂସା ସାଉଁଟିଛି ।

ମହିଳାଙ୍କ କାର୍ୟ୍ୟକୁ ପ୍ରଶଂସା କରି ତାଙ୍କ ସଚ୍ଚୋଟତା ଅନେକଙ୍କ ପାଇଁ ଉଦାହରଣ ବୋଲି ୟୁଜର୍ସ କହିଛନ୍ତି । ତେବେ ବୃଦ୍ଧ ମହିଳା ଜଣଙ୍କ ଜଣେ ମଧ୍ୟବିତ ପରିବାରର ପରି ମନେ ହେଉଛନ୍ତି । ମାତ୍ର ତାଙ୍କ ସଚ୍ଚୋଟତା ତାଙ୍କୁ ଆଜି ଢେର ବଡ କରି ଦେଇଛି। ଛେଳି ପାଇଁ ମହିଳା ଟିକେଟ କାଟିଥିବା ଦେଖି ଟିଟି ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ମହିଳାଙ୍କ ସଚ୍ଚୋଟ ପଣିଆ ସମସ୍ତଙ୍କ ମନ କିଣି ନେଇଛି । ଆୱାନିଶ ଶରଣ ନାମକ ଜଣେ ୟୁଜର୍ସ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ, ସେ ତାଙ୍କ ଛେଳି ପାଇଁ ଟିକେଟ କାଟିଥିବା କଥା ଗର୍ବର ସହ ଟିଟିଙ୍କୁ କହିଛନ୍ତି । ତାଙ୍କ ଖୁସିର ହସ ଦେଖନ୍ତୁ ଚମତ୍କାର ।

Related Articles

Back to top button
WP Twitter Auto Publish Powered By : XYZScripts.com