Breaking NewsFeaturedରାଜନୀତି

ମୋଦିଙ୍କ ୧୫ ଲକ୍ଷ ପାଇଁ ଲାଲୁ ଖୋଲିଥିଲେ ୧୧ ଖାତା

ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଜାତୀୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା । ସେ ଜଣେ ପୋଖତ ପଲିଟିସିଆନ । ତାଙ୍କ ମଜାଳିଆ ଷ୍ଟାଇଲରେ ଭାଷଣ ହିଁ ତାଙ୍କ ପାଇଁ ସୃଷ୍ଟି କରିଛି ନିଆରା ପରିଚୟ । ଯଦିଓ ଲାଲୁ ଏଇ କିଛି ବର୍ଷ ହେଲା ସେତେଟା ଆକ୍ଟିଭ ନଥିଲେ, ହେଲେ ୨୦୨୪ ନିର୍ବାଚନ ପାଖେଇ ଆସିବାରୁ ସେ ଏବେ ପୁଣି ଚଳଚଞ୍ଚଳ ହୋଇ ପଡିଲେଣି । ଖାସ କରି ମୋଦି ବିରୋଧି ମେଣ୍ଟ ଆଇଏନଡିଆଇଏ ବା ଇଣ୍ଡିଆ ଗଠନ ହେବା ପରେ ସେ ପୁଣି ଆକ୍ଟିଭ ହୋଇ ଗଲେଣି । କୁହାଯାଉଛି ମୋଦି ବିରୋଧି ମେଣ୍ଟ ପାଇଁ ଲାଲୁ ହିଁ ଗୋଟିଚାଳନା ଆରମ୍ଭ କରିଥିଲେ । ସ୍ୱାସ୍ଥ୍ୟଗତ କାରଣ ପାଇଁ ସେ ବ୍ୟାକଡୋରରେ ରହିବା ସହିତ ନୀତିଶଙ୍କୁ ଛାଡିଥିଲେ ସାମନାକୁ । ତେବେ ଏବେ ଦେହ ଠିକ ହେବାରୁ ପୁଣି ପ୍ରତକ୍ଷ୍ୟ ରାଜନୀତିକୁ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଏଇ ନିକଟରେ ଲାଲୁ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ । ସାଙ୍ଗରେ ଥିଲେ ଆରଜେଡିର ବହୁ ବିଷିଷ୍ଟ ନେତା । ଆଉ ଏଇ ଅବସରରେ ଲାଲୁ ମୋଦିଙ୍କୁ ସମାଲୋଚନା କରୁଥାନ୍ତି ।

ଲାଲୁ କହିଥିଲେ ଆପଣଙ୍କର ମନେଥିବ ଯେ ମୋଦି ବିଦେଶରେ ଥିବା କଳାଟଙ୍କାକୁ ଆଣିବା ପ୍ରତିଶୃତି ଦେଇଥିଲେ । ସେତେବେଳେ ମୋଦି ତାଙ୍କ ନିର୍ବାଚନୀ ଭାଷଣରେ କହିଥିଲେ ଯେ ବିଦେଶରେ ଥିବା ସ୍ୱିସ ବ୍ୟାଙ୍କରେ ଭାରତରେ ଅନେକ କଳାଟଙ୍କା ଗଚ୍ଛିତ ହୋଇ ରହିଛି । ତେଣୁ ଆମେ ଜଦି ନିର୍ବାଚନ ଜିତୁ ତେବେ ସେଇ କଳାଧନକୁ ଦେଶକୁ ଫେରାଇ ଆଣିବୁ । ଏବଂ ଏହି ଟଙ୍କାରୁ ସମସ୍ତଙ୍କ ଆକଉଣ୍ଟକୁ ୧୫ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଏବଂ ଏହି କଥାକୁ ନେଇ ମଧ୍ୟ ମୋଦି ନିର୍ବାଚନ ଜିତି ସରକାର ଗଢିଥିଲେ । ସରକାର ଗଢିବାର କିଛି ଦିନ ପରେ ଆରମ୍ଭ ହୋଇଥିଲା ଜନଧନ ଯୋଜନା । ଏଥିପାଇଁ ଗରିବ ଲୋକଙ୍କୁ ଜିରୋ ଆକାଉଣ୍ଟ ଖୋଲିବା ପାଇଁ କୁହାଯାଇଥିଲା ।

ଲୋକେ ଭାବିଥିଲେ ଯେ ଏହି ଜନଧନ ଆକାଉଣ୍ଟକୁ ହିଁ ମୋଦି କହିଥିବା ୧୫ ଲକ୍ଷ ଟଙ୍କା ଆସିବ । ତେବେ ଏଇ କଥାକୁ ନେଇ ଲାଲୁ କହିଥିଲେ ମୁଁ ବି ମୋଦିଙ୍କ କଥାରେ ଭାସି ଯାଇଥିଲା । ଏବଂ ମୁଁ ବି ୧୫ ଲକ୍ଷ ପାଇବା ଆଶାରେ ଖୋଲି ଦେଇଥିଲି ଜନଧନ ଆକାଉଣ୍ଟ । କେବଳ ମୁଁ ନୁହେଁ ମୋର ସାତଟି ଝିଅ ଓ ଦୁଇଟି ପୁଅ ଓ ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ । ଅର୍ଥାତ ଆମ ପରିବାରର ୧୧ ଜଣଙ୍କ ନାଁରେ ଆମେ ସେତେବେଳେ ହିଁ ଖୋଲି ଦେଇଥିଲୁ ଜନଧନ ଆକାଉଣ୍ଟ । କିନ୍ତୁ ମୋଦି ସମସ୍ତଙ୍କୁ ଭକୁଆ ବନେଇ ଦେଲେ । ତେବେ ଲାଲୁଙ୍କ ଏଭଳି ମଜାଳିଆ ଭାଷଣ ଶୁଣି ସେଠାରେ ଉପସ୍ଥିତ ଜନତା ଠୋ ଠୋ ହୋଇ ହସିଥିଲେ । ଆଉ ଲୋକଙ୍କ ହସ ଦେଖି ଲାଲୁ ବି ନିଜକୁ ରୋକି ପାରିନଥିଲେ ସେ ବି ହସି ପକାଇଥିଲେ ଏଇ ଭାଷଣ ଦେଲାବେଳେ ।

Related Articles

Back to top button
WP Twitter Auto Publish Powered By : XYZScripts.com