Breaking NewsFeaturedରାଜନୀତି

୨୦୨୪ ପାଇଁ ରାହୁଲଙ୍କ ନୂଆ ରଣନୀତି

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚଲାଇଛନ୍ତି ପୁର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ । ଏକ ନୂଆ ରଣନୀତି ସହିତ ରାହୁଲ ଓହ୍ଲାଇଛନ୍ତି ୨୦୨୪ ନିର୍ବାଚନୀ ମୈଦାନକୁ । ରାହୁଲଙ୍କ ରଣନୀତି ମୁତାବକ ସଭାସମିତି କରି ଲୋକଙ୍କୁ ଭାଷଣ ଦେବା ବଦଳରେ ସିଧାସଳଖ ଲୋକଙ୍କ ସହ ମିଶୁଛନ୍ତି । ଆଉ ଏହା ଦ୍ୱାରା ବି ସେ ବେଶ ଲୋକପ୍ରିୟତା ଅର୍ଜନ କରିବା ସହ ସଫଳତା ବି ପାଉଛନ୍ତି । ରାହୁଲଙ୍କ ଭାରତ ଜୋଡୋ ଯାତ୍ରା କଂଗ୍ରେସକୁ ସଞ୍ଜିବନୀ ସଦୃଶ୍ୟ ହୋଇଛି । ୭ ସେପ୍ଟେମ୍ବର ୨୦୨୨ରେ ତାମିଲନାଡୁର କନ୍ୟାକୁମାରୀରୁ ଭାରତ ଯୋଡୋ ଯାତ୍ରାର ଶୁଭାରମ୍ଭ କରିଥିଲେ ।

୧୩୬ ଦିନର ଏଇ ଯାତ୍ରାରେ ରାହୁଲ ୧୨ଟି ରାଜ୍ୟ ବୁଲିବା ସହ ୩୫୦୦ କିଲୋମିଟର ପଦଯାତ୍ରା କରି ପହଞ୍ଚିଥିଲେ କାଶ୍ମୀରରେ । ଏଥିରେ ସାଧାରଣ ଲୋକଙ୍କ ସହ ଖୋଲାଖୋଲି ଭାବରେ ମିଶିଥିଲେ ରାହୁଲ । ଆଉ ଏହି ପଦ ଯାତ୍ରାପରେ ରାହୁଲଙ୍କ ପପୁ ନାଁ ଟା ବିରୋଧି ଆଉ କହିବାକୁ ସାହାସ ଯୁଟାଇ ପାରିନଥିଲେ । ଏଇ ମାଷ୍ଟରଷ୍ଟ୍ରୋକରେ ରାହୁଲ ବିରୋଧିଙ୍କୁ ଚୁପ କରାଇ ଦେଇଥିଲେ । ଏପରିକି ରାହୁଲଙ୍କୁ ନୂଆ ପରିକ୍ଷଣରେ ମଧ୍ୟ ଭଲ ସୁତ୍ର ମିଳି ଯାଇଥିଲା । ଆଉ ଏହା ପରଠାରୁ ରାହୁଲ ପ୍ରାୟତଃ ସିଧାସଳଖ ଲୋକଙ୍କ ସହ ମିଶୁଛନ୍ତି । ଏଇ କ୍ରମରେ ଆଜି ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ସୋମବାର ଦିନ ଛତିଶଗଡ ଗସ୍ତରେ ଆସିଥିଲେ ରାହୁଲ ଗାନ୍ଧୀ । ବିଳାସପୁରର ତଖତପୁରରେ ଅନୁଷ୍ଠିତ ଆବାସ ନ୍ୟାୟ ସମ୍ମିଳନୀରେ ଯୋଗ ଦେଇଥିଲେ ରାହୁଲ । ଏଠି ସେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହ ମିଶି ଲୋକଙ୍କ ବିକାଶ ପାଇଁ ୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ ।

ଏହାପରେ ରାହୁଲ ମୁଖ୍ୟମନ୍ତ୍ରୀ ବାଘେଲ ଓ ପ୍ରଭାରୀ ସୈଳଜାଙ୍କ ସହ ବିଳାସପୁରରୁ ରାୟପୁର ଯାଇଥିଲେ ଟ୍ରେନର ଜେନେରାଲ କୋଚରେ । ଇଣ୍ଟର ସିଟି ଏକ୍ସପ୍ରେସରେ ରାହୁଲ ୧୧୭ କିମି ଯାତ୍ରା କରି ରାୟପୁରରେ ପହଞ୍ଚିଥିଲେ । ଟ୍ରେନରେ ଗଲା ବେଳେ ରାହୁଲ ବୁଲି ବୁଲି ଲୋକଙ୍କ ସହିତ ମିଶିବା ସହ ସେମାନଙ୍କ ସୁବିଧା ଅସୁବିଧା ବାବଦରେ ପଚାରି ବୁଝିଥିଲେ । ଲୋକ ବି ରାହୁଲଙ୍କ ସହ ମିଶିବାକୁ ବେଶ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳିଥିଲା । ରାହୁଲ ରାୟପୁରରେ ପହଞ୍ଚିଲା ବେଳକୁ ସେଠାରେ କାମକରୁଥିବା କୁଲିମାନେ ବି ଅପେକ୍ଷା କରିଥିଲେ । ଏବଂ ରାହୁଲ ବି ସେମାନଙ୍କ ସହ ଭାବପୁର୍ଣ୍ଣ ଆଲୋଚନା କରିଥିଲେ । ତେବେ ଏହାକୁ ନେଇ କିନ୍ତୁ ରାଜନୈତିକ ମହଲରେ ଏବେ ଜୋରଦାର ଚର୍ଚ୍ଚା । ରାହୁଲଙ୍କୁ ପପୁ କହି ଆଡେଇ ଦେଉଥିବା ବିଜେପି ଏବେ ଅକଳରେ ପଡି ଯାଇଛି । ରାହୁଲ ଲୋକଙ୍କ ସହ ସିଧାସଳଖ ମିଶି ବେଶ ଜନାଦୃତ ହୋଇ ପାରୁଛନ୍ତି । ଏପରିକି ରାହୁଲ ଆଗକୁ ପୁଣି ଏକ ପଦ ଯାତ୍ରା କରିବାକୁ ଯାଉଛନ୍ତି । ତେଣୁ ବିରୋଧି ବିଜେପି ତାଙ୍କୁ କେମିତି କାଉଣ୍ଟର କରିବା ସେନେଇ ଅକଳରେ ପଡିଗଲାଣି ।

Related Articles

Back to top button
WP Twitter Auto Publish Powered By : XYZScripts.com