Breaking NewsFeaturedରାଜନୀତି

ଶଙ୍ଖ ଧରିବେ ସନା !

ସନାତନ ମହାକୁଢ ଓରଫ ସନା ମହାକୁଢ । କେନ୍ଦୁଝର ଜିଲ୍ଲାର ଜଣେ ଟାଣୁଆ ତଥା ଜନପ୍ରିୟ ନେତା । ଦଳମତ ନିର୍ବିଶେଷରେ କେନ୍ଦୁଝର ରାଜନୀତିରେ ରହିଛି ସନାଙ୍କର ଅଖଣ୍ଡ ପ୍ରଭାବ । ଆଗରୁ କଂଗ୍ରେସରେ ଥିବା ସନା ମହାକୁଢ ୨୦୧୪ ମସିହାରେ ପ୍ରଥମଥର ପାଇଁ ନିର୍ବାଚନ ଲଢିଥିଲେ, ତା ପୁଣି ସ୍ୱାଧିନ ଭାବରେ । ଆଉ ସ୍ୱାଧିନ ଭାବରେ ଲଢି ପାଖାପାଖି ୧୫ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ପାଦ ରଖିଥିଲେ ବିଧାନସଭାରେ । ହେଲେ ୨୦୧୯ ନିର୍ବାଚନରେ ସନା ଆସିନଥିଲେ ପ୍ରତକ୍ଷ ରାଜନୀତିକୁ ।ନିଜେ ସିନା ନିର୍ବାଚନ ଠାରୁ ଦୁରେଇ ରହିଥିଲେ ହେଲେ ତାଙ୍କର ଦୁଇ ପ୍ରାର୍ଥୀଙ୍କୁ ବିଜେଡି ଟିକେଟରୁ ଲଢାଇଥିଲେ ସନା । କେନ୍ଦୁଝର ଲୋକସଭା ପାଇଁ ଚନ୍ଦ୍ରାଣୀ ମୁର୍ମୁୁ ଓ ଚମ୍ପୁଆ ବିଧାନସଭା ପାଇଁ ମୀନାକ୍ଷୀ ମହନ୍ତଙ୍କୁ ସନାଙ୍କ ନିର୍ଦେଶରେ ହିଁ ଟିକେଟ ଦେଇଥିଲା ବିଜେଡି । ଏବଂ ଦୁହେଁ ବିଜୟୀ ମଧ୍ୟ ହୋଇଥିଲେ । । ଚନ୍ଦ୍ରାଣୀ ପାଖାପାଖି ୬୬ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ମୀନାକ୍ଷୀ ୨୬ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ହେଲେ ଏହାପରେ କିନ୍ତୁ ନିଜ ଦେଇଥିବା ପ୍ରାର୍ଥୀଙ୍କ ସହ ତାଙ୍କର ପଡିଲାନି । ଖାସ କରି ବିଧାୟିକା ମିନାକ୍ଷୀଙ୍କ ସହ ତାଙ୍କର ସଂପର୍କ ତିକ୍ତ ହେବାରେ ଲାଗିଲା ।

ସଂପର୍କ ଏମିତି ହେଲା ଯେ ବିଧାୟିକାଙ୍କ ସ୍ୱାମୀ ସନାଙ୍କୁ ବିରୋଧ କରି ରାଜରାସ୍ତାରେ ଆନେ୍ଦାଳନ କଲେ । କୁହାଯାଏ ଯେ ସନା ଏ ମୀନାକ୍ଷୀଙ୍କର ପାରିବାରିକ ସଂପର୍କ । କିନ୍ତୁ ବ୍ୟାବସାୟିକ ବିବାଦକୁ ନେଇ ସଂପର୍କ ଏତେ ତିକ୍ତ ହୋଇଗଲା ଯେ ସନାଙ୍କ ବଡ ଭାଇଙ୍କ ଶୁଦ୍ଧିକ୍ରିୟାରେ ମୀନାକ୍ଷୀ କି ତାଙ୍କ ପରିବାର ଲୋକ କେହି ଆସିନଥିଲେ । ଏପରିକି ଦୁହିଁଙ୍କର ଘର ଭିତରେ ଦୁରତା ମାତ୍ର କେଇ ମିଟର । ତଥାପି ବି ମିନାକ୍ଷୀ ନଆସିବାରୁ, ଲୋକଙ୍କ ଭିତରେ ଅନେକ ଚର୍ଚ୍ଚା ଆଉ ଆଲୋଚନା ହୋଇଥିଲା । କାରଣ ଜିଲ୍ଲାଟା ଯାକର ସବୁ ବିଜେଡି ନେତା ଏଇ ଶୁଦ୍ଧିକ୍ରିୟା କାମକୁ ଆସିଥିବା ବେଳେ ମିନାକ୍ଷୀ ଆସିନଥିଲେ ।

ସେପଟେ କୁହାଯାଉଛି ମାଇନ୍ସ ଓ ଟ୍ରକ ବେପାର ହିଁ ସେମାନଙ୍କ ସଂପର୍କକୁ ଭାଙ୍ଗି ଦେଇଛି । ତେଣୁ ସନା ପୁଣି ଏବେ ପ୍ରତକ୍ଷ୍ୟ ରାଜନୀତିକୁ ଓହ୍ଲାଇବେ । ସିଧାସଳଖ ନହେଲେ ବି ସନା ପରୋକ୍ଷ ଭାବରେ ପୁର୍ବରୁ ଏହି ସଂକେତ ଦେଇ ସାରିଛନ୍ତି । ତେବେ ବଡ କଥା ହେଲା ଏବେ କୁଆଡେ ସନା ବିଜେଡି ସପକ୍ଷରେ ଯାଉଛନ୍ତି । ଏପରିକି ସେ ତାଙ୍କ ପାଖ ଲୋକଙ୍କ ସହ ବି ଏନେଇ ଆଲୋଚନା କରୁଥିବା ଶୁଣାଯାଉଛି । ତେବେ ବଡକଥା ହେଲା କେନ୍ଦୁଝର ଜିଲ୍ଲାରେ ସେମିତି କେହି ବିଜେଡି ନେତା ଆଗଧାଡିରେ ନାହାନ୍ତି । ବିଜେଡି ହେଭିୱେଟ ବଦ୍ରୀ ପାତ୍ର ବି ଆଗଭଳି ସେତେଟା ଆଉ ଚଳଚଂଚଳ ନାହାନ୍ତି ।

ତେଣୁ ଜିଲ୍ଲା ସଂଗଠନ ସଜାଡିବାକୁ ବା ନେତୃତ୍ୱ ନେବାକୁ ବିଜେଡି ପାଇଁ ସନାଙ୍କଠାରୁ ଆଉ ଭଲ ପ୍ରାର୍ଥୀ ଆଉ ମିଳି ନପାରନ୍ତି । ଏପରିକି ସ୍ଥାନୀୟ ଅଂଚଳରେ ସନାଙ୍କର ବେଶ ଦବଦବା ରହିଥିବା ବେଳେ ନିଜସ୍ୱ ଭୋଟ ବ୍ୟାଙ୍କ ବି ଅଛି । ତେଣୁ ସନା ବିଜେଡିରେ ମିଶିବା କିଛି ଅମୁଳକ ନୁହେଁ ବା ବିଜେଡି ତାଙ୍କୁ ଦଳକୁ ନେବା କିଛି ଅସମ୍ଭବ ନୁହେଁ ବୋଲି ଏବେ ଲୋକେ କୁହାକୁହି ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com