ଜାତୀୟ

ସେୟାର ବଜାରରେ ୟୁକ୍ରେନ ସଙ୍କଟ: ୧୭ ହଜାର ତଳକୁ ଖସିଲା ନିଫଟି

ନୂଆଦିଲ୍ଲୀ() ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବଢ଼ିବାରେ ଲାଗିଛି । ଭାରତୀୟ ସେୟାର ମାର୍କେଟ ଉପରେ ମଧ୍ୟ ୟୁକ୍ରେନ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି । କାରବାର ଆରମ୍ଭରୁ ଖସିଛି ସେନସେକ୍ସ ଓ ନିଫଟି । ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ତଳକୁ ଖସିଛି । ନିଫଟି ମଧ୍ୟ ପ୍ରାୟ ୩୦୦ ପଏଣ୍ଟ ତଳକୁ ଖସିଛି ।

ତେବେ ସେନସେକ୍ସ୧୦୯୪.୩୧ ପଏଣ୍ଟ ବା ୧.୯୦% ହ୍ରାସ ପାଇ ୫୬,୫୮୯.୨୭ ସ୍ତରରେ ଚାଲିଛି । ସେହିପରି ନିଫଟିରେ ୩୨୧.୫୦ ପଏଣ୍ଟ ବା ୧.୮୭% ହ୍ରାସ ଘଟିଛି । ଏବେ ନିଫଟି ୧୬.୮୮୫.୧୫ ସ୍ତରରେ ରହିଛି । ନିଫଟି ୧୭ ହଜାର ତଳକୁ ଖସିବାର ଅର୍ଥ ନିବେଶକାରୀଙ୍କ ଶେୟାର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଛି । ୟୁକ୍ରେନ ଉପରେ ଚାଲିଥିବା ସଙ୍କଟରୁ ସେୟାର ବଜାର ମୁକ୍ତି ପାଇବାର କୌଣସି ଆଶଙ୍କା ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com