ନୁ୍ୟଜିଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଆହତ ସୂର୍ଯ୍ୟକୁମାର ଓ ଈଶାନ କିଷାନ
![Team India](https://i0.wp.com/odia.mobilenews24x7.com/wp-content/uploads/2023/10/World-cup_-min.jpg?resize=780%2C470&ssl=1)
ସୁପର ସଣ୍ଡେରେ ହେବ ସୁପର ଫାଇଟ । ଆଇସିସି ବିଶ୍ୱକପ ୨୦୨୩ ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ନୁ୍ୟଜଲ୍ୟାଣ୍ଡ । ଅପରାହ୍ନ ୨ଟାରେ ଧର୍ମଶାଳା ଷ୍ଟାଡିୟମରେ ଖେଳାଯିବ ଏହି ମୁକାବିଲା । ବିଶ୍ୱକପରେ ଏହି ଦୁଇ ଦଳ ୪ଟି ଲେଖାଏଁ ମ୍ୟାଚ ଖେଳି ଅପରାଜିତ ରହିଛନ୍ତି । ତେବେ ଏହି ଦୁଇ ଅପରାଜିତ ଦଳ ମଧ୍ୟରେ ହାଇପ୍ରୋଫାଇଲ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକା । ଦଳର ଉପଅଧିନାୟକ ତଥା ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚ ଖେଳିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି ବିସିସିଆଇ । ତେଣୁ ପାଣ୍ଡ୍ୟାଙ୍କ ବିନା ନୁ୍ୟଜିଲାଣ ୍ଡ ଭଳି ଏକ ଶକ୍ତିଶାଳୀ ଦଳକୁ ଟକ୍କର ଦେବା ଭାରତଚ ପାଇଁ ଆହ୍ୱାନ ଭରା ରହିବ । ତେବେ ପାଣ୍ଡ୍ୟାଙ୍କ ବଦଳରେ ଇଶାନ କିଷାନ କିମ୍ବା ସୂର୍ଯ୍ୟ କୁମାର ଯାଦବ ସ୍ଥାନ ପାଇବେ ବୋଲି କୁହାଯାଉଥିଲା ।
ହେଲେ ଏହି ଦୁଇ ଖେଳାଳି ମଧ୍ୟ ଏବେ ଆହତ ସମସ୍ୟାରେ ପଡିଛନ୍ତି । ତେବେ ଧର୍ମଶାଳାରେ ନେଟରେ ପ୍ରାଟିସ କରୁଥିବା ସମୟରେ ସୂର୍ଯ୍ୟ କୁମାର ଯାଦବ ଆହତ ହୋଇଛନ୍ତି । ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଭାରତର ଥ୍ରୋ ଡାଉନ ବିଶେଷଜ୍ଞ ରଘୁଙ୍କ ସହ ଅଭ୍ୟାସ କରୁଥିବା ସମୟରେ ତାହଅକ ଡାହାଣ ହାତ କଚଟିରେ ଆଘାତ ଲାଗିଛି । ଆହତ ହେବା ପରେ ସୂର୍ଯ୍ୟ କୁମାର ଅଭ୍ୟାସ ବନ୍ଦ କରିଦେଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ନୁ୍ୟଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ ଖେଳିବା ତାହଅକ ପାଇଁ କଷ୍ଟକର ବୋଲି କୁହାଯାଉଛି ।
ଅନ୍ୟାପଟେ ଷ୍ଟାର ବ୍ୟାଟର ଇଶ ।ନ କିଷାନଙ୍କୁ ମହୁମାଛି କାମୁଡିୁବାରୁ ସେ ଆହତ ହୋଇଥିବା ଜଣାପଡିଛି । ସେ ମଧ୍ୟ ନୁ୍ୟଜିଲାଣ୍ଡ ବିପକ୍ଷ ମ୍ୟାଚ ଖେଳିବା ନେଇ ସନେ୍ଦହ ଉପୁଜିଛି । ତେବେ ସୂର୍ଯ୍ୟ କୁମାର ଓ ଇଶାନ ନୁ୍ୟଜିଲାଣ୍ଡ ବିପକ୍ଷ ମ୍ୟାଚ ଖେଳିବେ ନା ନାହିଁ ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏଠି କହିରଖୁଛୁ ୨୦୧୯ ଦିନିକିଆ ବିଶ୍ୱକପ୍ର ସେମିଫାଇନାଲ ମୁକାବିଲରେ ଭାରତକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ । ଯାହାଫଳରେ ଭାରତର ବିଶ୍ୱକପ୍ ବିଜୟୀ ଆଶା ଧୁଳିସାତ୍ ହୋଇଥିଲା ।
ଆଉ ଭାରତୀୟ ଟିମ୍ ସେମିଫାଇନାଲ ପରେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା । ତେବେ ୨୦୨୩ରେ ଭାରତ-ନ୍ୟୁଜିଲାଣ୍ଡ ଟିମ୍ ବର୍ତ୍ତମାନ ଯାଏଁ ଦମ୍ଦାର୍ ପ୍ରଦର୍ଶନ ଜାରି ରଖିଛନ୍ତି । ଉଭୟ ଟିମ୍ ୪ ଲେଖାଏଁ ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଛନ୍ତି । ଆଉ ଉଭୟ ଟିମ୍ ୮ ପଏଣ୍ଟ ସହ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଉଭୟ ଟିମ୍ ମଧ୍ୟରେ କେବଳ ରନ୍ରେଟ୍ର ପ୍ରଭାବ ରହିଛି । ତେବେ ଭାରତୀୟ ଖାଳାଳିଙ୍କ ଆହତ ସମସ୍ୟା ଥିଲେ ବି ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।