କ୍ରୀଡ଼ା

ମାର୍ଚ୍ଚରେ କ୍ରିକେଟର ଲାଗିବ ମେଳା: ଗୋଟିଏ ପଟେ IPL ୨୦୨୨ ତ ଅନ୍ୟ ପଟେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଏହି ମାର୍ଚ୍ଚ ମାସରେ ଆରମ୍ଭ ହେଉଛି କ୍ରିକେଟର ମହାଯୁଦ୍ଧ । କ୍ରିକେଟପ୍ରେମୀଙ୍କ ପାଇଁ ଏହି ମାସ ନେଇ ଆସୁଛି କ୍ରିକେଟ ଟୁର୍ଣ୍ଣାମେଣ୍ଟର ସମ୍ଭାର । ଏଥିମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳାଯିବାର ସୂଚୀ ରହିଛି । ଯେଉଁଥିରେ ସାମିଲ ରହିଛି IPL ଏବଂ ମହିଳା କ୍ରିକେଟ ବିଶ୍ୱକପ ଭଳି ଟୁର୍ଣ୍ଣାମେଣ୍ଟ ।
ଭାରତ-ଶ୍ରୀଲଙ୍କା ମଧ୍ୟରେ ମାର୍ଚ୍ଚ ୪ ତାରିଖରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିବା ବେଳେ ସେପଟେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯିବ । ମାର୍ଚ୍ଚ ମାସରେ ମହିଳା ବିଶ୍ୱକପ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଆୟାଜିତ ହେବ । ଏହାପରେ ୧୦ ମାର୍ଚ୍ଚରେ ନ୍ୟଜିଲାଣ୍ଡକୁ ଭେଟିବ ଭାରତ । ଏହି ବିଶ୍ୱକପର ଫାଇନାଲ ଆସ୍ତା ଏପ୍ରିଲ ମାସ ୩ ତାରିଖ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ ।
ଏହାପରେ ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ଲିଗ IPL ମଧ୍ୟ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏ ନେଇ ବିସିସିଆଇ ତରଫରୁ ଘୋଷଣା ହୋଇସାରିଛି । ତେବେେ ଚଳିତ ସିଜନରେ ୮ ଦଳ ପରିବର୍ତ୍ତେ ୧୦ଟି ଦଳକୁ ନେଇ ଆୟୋଜନ ହେବ ଟୁର୍ଣ୍ଣାମେଣ୍ଟ । ୨୬ ମାର୍ଚ୍ଚରେ ଆରମ୍ଭ ହୋଇ ମେ ୨୯ରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ । ୧୮ ମାର୍ଚ୍ଚରୁ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅନୁଷ୍ଠିତ ହେବ । ସେପଟେ ୮ ମାର୍ଚ୍ଚରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଥିବା ବେଳେ ରଣଜୀ ଟ୍ରଫି ମଧ୍ୟ ଆୟୋଜିତ ହେବ । ମୁମ୍ବାଇ-ଓଡିଶା, ମହାରାଷ୍ଟ୍ର-ଉତ୍ତରପ୍ରଦେଶ, ବେଙ୍ଗଲ-ଚଣ୍ଡୀଗଡ, ହରିୟାଣା-ହିମାଚଳ ପ୍ରଦେଶ ମଧ୍ୟରେ ଖେଳାଯିବ ରଣଜୀ ଟ୍ରଫିର ଅବଶିଷ୍ଟ ମ୍ୟାଚ । ତେଣୁଏହି ମାସ କ୍ରିକେଟର ମହାସମର ନେଇ ଆସୁଛି । ଖେଳପ୍ରେମୀମାନଙ୍କୁ ଭରପୂର ମନୋରଞ୍ଜନର ଖୁରାକ ଯୋଗାଇ ଧମାଲ ମଚେଇବ ମାର୍ଚ୍ଚ ।

Related Articles

Back to top button
WP Twitter Auto Publish Powered By : XYZScripts.com