କ୍ରୀଡ଼ା

ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ : ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ 

ନୂଆଦିଲ୍ଲୀ, ୧୭/୦୨/୨୦୨୩ –    ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଠାରୁ ଦିଲ୍ଲୀଠାରେ ଆରମ୍ଭ ହୋଇଛି  ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରି ୭୮ ଓଭର ୪ଟି ବଲରେ ୨୬୩ ରନରେ କଙ୍ଗାରୁ ଦଳକୁ ଅଲଆଉଟ କରିଛନ୍ତି ।

ଭାରତ ପକ୍ଷରୁ ମହମ୍ମଦ ସାମି ୪, ଜାଡେଜା ୩ ଓ ଅଶ୍ୱିନୀ ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖୱାଜା ୮୧, ପିଟର ହ୍ୟାଣ୍ଡ୍ସକମ୍ବ ୭୨ ଓ ପ୍ୟାଟ କୁମିନ୍ସ ୩୩ ରନ କରିଥିଲେ । ସେପଟେ ଭାରତ ତାର ବ୍ୟାଟିଂ ଆରମ୍ଭ କରିଛି । ଅଧିନାୟକ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ପଡିଆକୁ ଓହ୍ଲାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com