କ୍ରୀଡ଼ା

ତାଜମହଲର ୨୨ ବନ୍ଦ କଠୋରୀରୁ ଖୋଲିବ ରହସ୍ୟ ? ହାଇକୋର୍ଟରେ ଯାଚିକା ଦାଖଲ

ଆଗ୍ରା() ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ଚର୍ଚ୍ଚାରେ ତାଜମହଲ। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ପୀଠରେ ଯାଚିକା ଦାଖଲ କରି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷେଣ(ଏଏସଆଇ)କୁ ତାଜମହଲର ବନ୍ଦ ପଡିଥିବା ୨୨ କୋଠରୀର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଆବେଦନରେ କୁହାଯାଇଛି ଯେ, ଯାଞ୍ଚ କଲେ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଅଛି କି ନାହିଁ ତାହା ଜଣା ପଡିବ। ରୁଦ୍ଧ ଦ୍ଵାର କୋଠରୀରେ ପଛପାର୍ଶ୍ଵରେ ହିନ୍ଦୁ ଦେବା-ଦେବୀଙ୍କ ମୂର୍ତ୍ତିକୁ ବନ୍ଦ କରି ରଖାଯାଇଥିବା ଆବେଦନରେ କୁହାଯାଇଛି। କେବଳ ଏତିକି ନୁହେଁ କିଛି ଇତିହାସକାର ଏବଂ ହିନ୍ଦୁ ଗୋଷ୍ଠୀ ଦ୍ଵାରା ତାଜମହଲ ସ୍ଥାନରେ ପୂର୍ବେ ମନ୍ଦିର ଥିବା ଦାବିକୁ ମଧ୍ୟ ଯାଚିକାରେ ଉଲ୍ଲେଖ କରାଯାଇଛି।

କିଛି ଲୋକଙ୍କ କହିବା କଥା ତେଜୋ ମହାଳୟ ଓରଫ ତାଜମହଲ ଏକ ଜ୍ୟୋର୍ତିଲିଙ୍ଗ  ଅର୍ଥାତ ଏକ ଉତ୍କୃଷ୍ଟ ଶିବ ମନ୍ଦିର ଭାବେ ପ୍ରତୀତ  ହେଉଛି। ଆବେଦନରେ କୁହାଯାଇଛି, ଚାରି ମହଲା କୋଠାର ଉପର ଏବଂ ନିମ୍ନ ଭାଗରେ  ପ୍ରାୟ ୨୨  କୋଠରୀରୁ କିଛି କୋଠରୀ ସ୍ଥାୟୀ ଭାବେ ବନ୍ଦ ରହିଛି। ପିଏନ ଓକଙ୍କ ପରି କିଛି ଇତିହାସକାର ଏବଂ କୋଟି କୋଟି  ହିନ୍ଦୁ ଉପସାକଙ୍କ ଦୃଢ ବିଶ୍ଵାସ ଯେ, ସେହି ବନ୍ଦ କୋଠରୀରେ ଭଗବାନ ଶିବଙ୍କ ମନ୍ଦିର ରହିଛି।

ତାଜମହଲକୁ ଦୀର୍ଘ ଦିନରୁ ହିନ୍ଦୁବାଦୀ ସଂଗଠନ ତେଜୋମହଲ ହେବାର ଦାବି କରି ଆସୁଛନ୍ତି।  ଅନେକ ହିନ୍ଦୁବାଦୀ ସଂଗଠନ ପକ୍ଷରୁ ଶ୍ରାବଣ ମାସରେ ତାଜମହଲରେ ଶିବ ଆଳତୀ କରିବାକୁ ଉଦ୍ୟମ କରାଯାଇଛି। ଗତ ଦିନରେ ଜଗତଗୁରୁ ପରମହଂସାଚାର୍ଯ୍ୟ ମଦ୍ୟ  ତାଜମହଲକୁ ତେଜୋମହଲ ହୋଇଥିବା ଦାବି କରିଥିଲେ। ଭିତରେ ଶିବ ମନ୍ଦିର ଥିବା ଏବଂ ପୂଜା କରିବାକୁ ଜିଦ୍ ଧରି  ବସିଥିଲେ। ତାଙ୍କ ପ୍ରବେଶକୁ ନେଇ ମଧ୍ୟ ବିବାଦ ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com