କ୍ରୀଡ଼ା

ଆଜି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ

ମୋହାଲି, ୨୦/୦୯/୨୦୨୨-  ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ । ଏହି ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚ ମଙ୍ଗଳବାର ସଂଧ୍ୟାରେ ପଞ୍ଜାବର ମୋହାଲିରେ ଖେଳାଯିବ । ଆଘାତ କାରଣରୁ ଦଳରୁ ବାଦ୍ ପଡ଼ିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଆଜି ମ୍ୟାଚରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ବୁମ୍ରା ଦଳକୁ ଫେରିବା ପରେ ଦଳର ବୋଲିଂ ଲାଇନ ଅଫ ସୁଦୃଢ଼ ହେବ ।

ପ୍ରଥମ ମ୍ୟାଚରେ ଓ୍ୱିକେଟ କିପର ଭାବରେ ଦିନେଶ କାର୍ତ୍ତିକ କି ଋଷଭ ପନ୍ତ ଖେଳିବେ ତାହା ଚୂଡାନ୍ତ ହୋଇନାହିଁ । ସେହିପରି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ ପଡ଼ିବା ପରେ ଆଜିର ମ୍ୟାଚରେ ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିପାରେ ।

ସେପଟେ ଆଘାତ କାରଣରୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳରେ ଡେଭିଡ ଓ୍ୱାର୍ଣ୍ଣର, ମାର୍କସ ଷ୍ଟୋଇନିସ୍, ମିଚେଲ ଷ୍ଟାର୍କ, ଓ ମିଚେଲ ମାର୍ସଙ୍କ ଭଳି ଖେଳାଳି ସାମିଲ ହୋଇନାହାନ୍ତି । ବିଶ୍ୱକପ ପୂର୍ବରୁ ଉଭୟ ଦଳ ସେମାନଙ୍କ ତ୍ରୁଟି ଏହି ସିରିଜରେ ସଜାଡିବାକୁ ଚେଷ୍ଟା କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com