Breaking NewsFeaturedଭାଇରାଲ୍ ଭିଡିଓ

କିଏ ପଠାଉଛି, କାହିଁକି ଏଭଳି ଆଲର୍ମ? ଦେଖନ୍ତୁ

ମୋବାଇଲ୍ ଫୋନ୍‌ରେ ହଠାତ୍ ବାଜୁଛି ଆଲର୍ମ । ଆସୁଛି ଚେତାବନୀ ଦେବାର ମେସେଜ୍ । ଓକେ ବଟନ୍ ଦବାଇବା ଯାଏଁ ଗର୍ଜୁଛି ଫୋନ୍ । ଥରେ ନୁହେଁ, ଇଂରାଜୀ ଓ ଓଡ଼ିଆ ଭାଷାରେ ବାରମ୍ବାର ଫୋନକୁ ଆସୁଛି ଏଭଳି ଆଲାର୍ମ । ଯାହାକୁ ନେଇ ସାଧାରଣରେ ଏକପ୍ରକାର ଆତଙ୍କ ଖେଳିଯାଇଛି । ବୁଧବାର ପୂର୍ବାହ୍ନରୁ ରାଜ୍ୟର ବିଭିନ୍ନ ଟେଲିଫୋନ୍ ସର୍କଲରେ ଏଭଳି ମେସେଜ ତଥା ଆଲର୍ମ ଉପଭୋକ୍ତାଙ୍କ ନିକଟକୁ ଆସୁଛି । ସବୁଠି ପ୍ରଶ୍ନ ଏହା କଣ ଆଉ କାହଁକି ଆସୁଛି? ଗୋଟିଏ ପଟେ ସାଇବାର କ୍ରାଇମ୍ ତଥା ଡିଜିଟାଲ୍ ଲୁଟ୍ ବଢ଼ିଚାଲିଥିବାବେଳେ ଅନ୍ୟପଟେ ହଠାତ୍ ଏଭଳି ଆଲର୍ମକୁ ନେଇ ସାଧାରଣରେ ଭୟ ଖେଳିଯାଇଛି ।
ତେବେ ଏଠାରେ କହିରଖୁଛୁ ଯେ ଏଭଳି ମେସେଜ ବା ଆଲର୍ମକୁ ନେଇ ଆଦୌ ଭୟ କରନ୍ତୁ ନାହିଁ । ଏହା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ତଥା ନେସନାଲ ଡିଜେଷ୍ଟର୍ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ପରୀକ୍ଷାମୂଳକ ଭାବେ ଉପଭୋକ୍ତାମାନଙ୍କ ନମ୍ବରକୁ ଆଲର୍ଟ ହେଉଛି । ଏହା ଦ୍ୱାରା ଭାରତ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଅଧିକ ସଚେତନ କରାଇବା ସହ ଲୋକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ମନେରଖନ୍ତୁ, ଏହା କେବଳ ଓଡ଼ିଶାରେ ନୁହେଁ କି ଆଜି ଅର୍ଥାତ୍ ବୁଧବାର ହିଁ ଏଭଳି ଆଲର୍ମ ଆସିବା ଆରମ୍ଭ ହୋଇନାହିଁ । ବରଂ ଦେଶର ବିଭିନ୍ନ କ୍ଷେତ୍ରରେ ଏଭଳି ପରୀକ୍ଷାମୂଳକ ନମୁନା ମେସେଜ୍ ପୂର୍ବରୁ ଉପଭୋକ୍ତାଙ୍କ ନିକଟକୁ ଆସିସାରିଛି । ଏକ ଫ୍ଲାସ୍ ମେସେଜ ସାଙ୍ଗକୁ ଜରୁରିକାଳୀନ ଟୋନ୍ ଆଲର୍ଟ ହେଉଛି, ଯାହାକି ଆଗକୁ କୌଣସି ବିପର୍ଯ୍ୟୟ ପୂର୍ବରୁ ଏଭଳି ଲୋକଙ୍କ ସତର୍କ କରାଯିବ ବୋଲି କୁହାଯାଉଛି । ତେଣୁ ଟେଲିକମ୍ ବିଭାଗ ଦ୍ୱାରା ସେଲ୍ ବ୍ରଡକାଷ୍ଟିଂ ଜରିଆରେ ଏଭଳି ଆଲର୍ମ ଫୋନକୁ ଆସୁଛି । ଏହା ବିପର୍ଯ୍ୟୟ ପରିଚାଳନା ବିଭାଗର ନୂଆ ପଦକ୍ଷେପ । ତେଣୁ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com