ବିଶ୍ୱକପ ପରେ ବଦଳିବ ଟିମ ଇଣ୍ଡିଆର କଳେବର
ଟିମ ଇଣ୍ଡିଆର ନୂଆ ଅଧିନାୟକ ହେବେ ସୂର୍ଯ୍ୟ କୁମାର ଯାଦବ । ରୋହିତ, ବିରାଟ ଓ ହାର୍ଦ୍ଦିକ ନେଇପାରନ୍ତି ବିଶ୍ରାମ । ନୂଆ ଅଧିନାୟକଙ୍କ ସହ ନୂଆ କୋଚଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ ଖେଳିବ ଭାରତ । ବର୍ତ୍ତମାନର କୋଚ ରାହୁଲ ଦ୍ରାବିଜିଙ୍କ ସ୍ଥାନ ନେବେ ଭିଭିଏସ ଲକ୍ଷ୍ମଣ । କାରଣ କୋଟ ଭାବେ ଶେଷ ହେବାକୁ ଯାଉଛି ରାହୁଲ ଦ୍ରାବିଡିଙ୍କ କାର୍ଯ୍ୟକାଳ । ହଁ ଦର୍ଶକ ବନ୍ଧୁ ଦିନିକିଆ ବିଶ୍ୱକପ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ । କଙ୍ଗାରୁ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ରିସିଜ ଖେଳିବ ଟିମ ଇଣ୍ଡିଆ ।
ଏହି ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୨୩ରେ ଖେଳାଯିବ । ତେବେ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅନେକ ନୂଆ ମୁହଁଙ୍କୁ ଦଳରେ ଦେଖିବାକୁ ମିଳିବେ । କାହିଁକି ନା ବିଶ୍ୱକପ ପରେ ହବାକୁ ଥିବା ଏହି ସିରିଜରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ଯେଉଁଥିପାଇଁ ଏହି ସିରିଜରେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏହି ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇପାରେ ବୋଲି ସୂଚନା ମମିଳିଛି । ସେହିପରି ନୂଆ ଅଧିନାୟକଙ୍କ ସହ ନୂଆ କୋଚଙ୍କୁ ନେଇ ମଧ୍ୟ ଅଷ୍ଟ୍ରେଲିଆ ସିରିଜ ଖେଳିବ ଭାରତ । କାହିଁକି ନା ଦିନିକିଆ ବିଶ୍ୱକପ ପରେ ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।
ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଏନସିଏ ମୁଖ୍ୟ ଭିଭିଏସ ଲକ୍ଷ୍ମଣ ମୁଖ୍ୟ କୋଚର ଦାୟିତ୍ୱ ତୁଲାଇପାରନ୍ତି । କାହିଁକି ନା ଯେତେବେଳେ ରାହୁଲ ଦ୍ରାବିଡିଙ୍କୁ ବିଶ୍ରାମ ଦିଆଯାଇଥାଏ ସେତେବେଳେ ଲକ୍ଷ୍ମଣ ଭାରତୀୟ ଦଳର କୋଚିଂ ଭାର ସମ୍ଭାଳିଥାନ୍ତି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ଲକ୍ଷ୍ମଣ ଭାରତୀୟ ଦଳର କୋଚିଂ ସମ୍ଭାଳିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ । ସେହିପରି ଦଳର ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଉଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସାମିଲ ହୋଇପାରନ୍ତି ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଟିମର ଅନେକ ଖେଳାଳି । ଯଶ୍ୱସୀ ଜୟସ୍ୱାଲ, ଋତୁରାଜ ଗାଇକ୍ୱାଡ, ରିଙ୍କୁ ସିଂ ଓ ସଞ୍ଜୁ ସାମସନଙ୍କ ଭଳି ଖେଳାଳିଙ୍କୁ ଏହି ବଡ ସିରିଜରେ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।