ଜାତୀୟ
କେନ୍ଦ୍ର ସରକାରଙ୍କ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

କେନ୍ଦ୍ର ସରକାରଙ୍କ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଫାସ୍ଟ୍ୟାଗ୍ରେ କେୱାଇସି ଅପ୍ଡେଟ୍ କରିବାକୁ ମିଳିଲା ଆଉ ମାସେ ମହଲତ।
ଫେବ୍ରୁଆରୀ ୧ରୁ ଫାସ୍ଟାଗ୍ ଅଚଳ ହୋଇଯିବ ବୋଲି କୁହାଯାଇଥିବା ବେଳେ ଏବେ ସେହି ନିଷ୍ପତ୍ତିକୁ ରଦ୍ଦ କରି ଗାଡ଼ି ମାଲିକଙ୍କୁ ଦିଆଯାଇଛି ଆଉ ମାସେ ଅଧିକ ସମୟ । ଏହି ସମୟ ମଧ୍ୟରେ ଯଦି ନିଜ ନିଜ ଗାଡ଼ିର ଫାସ୍ଟ୍ୟାଗ୍ରେ କେୱାସି ଅପ୍ଡେଟ୍ ନକରନ୍ତି, ତେବେ ମାର୍ଚ୍ଚ ପହିଲାରୁ ସବୁ ଅକାମୀ ହୋଇଯିବ ।