ମନୋରଞ୍ଜନ

କଙ୍ଗନା ରାଣାୱତଙ୍କ ଫିଲ୍ମ ‘ତେଜସ’ ବକ୍ସ ଅଫିସ୍‌ରେ ସୁପର ଫ୍ଲପ୍‌

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ତେଜସ’ ବକ୍ସ ଅଫିସ୍‌ରେ ସୁପର ଫ୍ଲପ୍‌ ସାବ୍ୟସ୍ତ ହୋଇଛି। ‘ତେଜସ’ ରିଲିଜ ହେବାର ୧୧ ଦିନ ବିତିଗଲାଣି କିନ୍ତୁ ଫିଲ୍ମଟି ୬ କୋଟି ଟଙ୍କା ମଧ୍ୟ ରୋଜଗାର କରିପାରି ନାହିଁ। ଫିଲ୍ମଟି ଏପର୍ଯ୍ୟନ୍ତ ମାତ୍ର ୫.୯ କୋଟି ଟଙ୍କା ରୋଜଗାର କରିଛି।

‘ତେଜସ’ ୨୭ ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଫିଲ୍ମ ରିଲିଜ ହେବା ପୂର୍ବରୁ କଙ୍ଗନା ଏହାକୁ ଜୋରଦାର ପ୍ରଚାର କରିଥିଲେ। ଏହା ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଛି।

Related Articles

Back to top button