Breaking NewsFeaturedରାଜନୀତି

୧୩ରୁ ଗର୍ଜିବେ କେସିଆର ନିଶାନା ବିଜେପି ଓ କଂଗ୍ରେସ ।

ତେଲଙ୍ଗନା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏନେଇ ଶୀର୍ଷ ସ୍ତରରେ ପହଂଚିଛି ଲଢେଇ । ସବୁ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ତେବେ ଶାସକ ବିଆରଏସକୁ ହରାଇବା ପାଇଁ କଳ ବଳ କୌଶଳ ଆପଣଉଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଏପରିକି କେସିଆରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ । ସେହିପରି ତେଲଙ୍ଗନାରେ ଶାସନ କ୍ଷମତାକୁ ଆସିବା ପାଇଁ ନିଜର ସବୁ ଶକ୍ତି ଲଗାଇଦେଇଛି କଂଗ୍ରେସ ।

ରାହୁଲ ଗାନ୍ଧୀ ବହୁ ସମୟ ଧରି ତେଲେଙ୍ଗାନାରେ ବୁଲୁଛନ୍ତି। ଯାହାକୁ ନେଇ ତେଲେଙ୍ଗାନା ରାଜନୀତିରେ ଅନେକ ନୂଆ ଚର୍ଚ୍ଚା ମୁଣ୍ଡ ଟେକିଛି। ସେପଟେ ଦୁଇଟି ଆସନରୁ ଲଢ଼ୁଥିବା କେସିଆର ଉଭୟ ଗଜୱେଲ ଓ କାମାରେଡ୍ଡୀ ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଲେଙ୍ଗାନାର ହେଭିୱେଟ ଲଢେଇ ମଧ୍ୟରେ ବିଆରଏସର ଭାଗ୍ୟ ବାଜି ଲାଗିଥିବା ଚର୍ଚ୍ଚା ହେଉଛି। ଏଭଳି ସମୟରେ ବିଆରଏସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର ଦୀପାବଳି ପରେ ଅର୍ଥାତ ଚଳିତ ମାସ ୧୩ ତାରିଖରୁ ନିଜର ନିର୍ବାଚନ ଯାତ୍ରା ଜୋରଦାର କରିବେ।

୧୩ ରୁ ୨୮ ତାରିଖ ପର୍ୟ୍ୟନ୍ତ ୫୪ ଟି ପ୍ରଜା ଆଶୀର୍ବାଦ ବୈଠକକୁ କେସିଆର ସମ୍ବୋଧିତ କରିବେ। ସେପଟେ ତେଲେଙ୍ଗାନାରେ ବି ଟିମ ସି ଟିମକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି। ରାହୁଲ ଗାନ୍ଧୀ ବିଆରଏସକୁ ବିଜେପିର ବି ଟିମ କହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ସି ଟିମ ବୋଲି କହିଥିଲେ। ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ବିଜେପି ସହ କଡା ଟକ୍କର ଦେବାକୁ କେସିଆରଙ୍କ ଦଳ ସଜବାଜ ହୋଇଛି।ଲଗାତର ଦୁଇଥର କ୍ଷମତାକୁ ଆସିଥିବା କେସିଆର ତୃତୀୟଥର ପାଇଁ କ୍ଷମତାକୁ ଆସିବାକୁ ସବୁ ଉଦ୍ୟମ କରୁଛନ୍ତି। କିନ୍ତୁ କଂଗ୍ରେସ ଏଥର ତାଙ୍କୁ କଡା ଟକ୍କର ଦେଉଥିବ ବେଳେ ବିଜେପି ମଧ୍ୟ କ୍ଷମତାକୁ ଆସିଵାକୁ ଉଦ୍ୟମ କରୁଛି। ତେଣୁ ଏସବୁର ଫଳାଫଳ କଣ ହେବ ତାକୁ ନେଇ ଆଲୋଚନା ଜୋର ଧରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com