ରାଜନୀତି
ଭରତପୁରରୁ ମୋଦିଙ୍କ ହୁଙ୍କାର

ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଭରତପୁରରୁ ହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଭରତପୁରରୁ ଏକ ରାଜନୈତିକ ସମାବେଶକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ମୋଦି କହିଛନ୍ତି, କଂଗ୍ରେସ ରାଜସ୍ଥାନ ମହିଳାଙ୍କ ବିଶ୍ୱାସକୁ ଭାଙ୍ଗି ଚୁରମାର କରିଦେଇଛି। ଦେଶରେ ଯେଉଁଠି ଯେଉଁଠି ବି କଂଗ୍ରେସର ସରକାର ଅଛି ସେହି ସବୁ ସ୍ଥାନରେ ଆତଙ୍କବାଦ, ଅପରାଧ ଓ ଦଙ୍ଗା ବେଲଗାମ ହେବାରେ ଲାଗିଛି।