ଅନ୍ତର୍ଜାତୀୟ

ଗାଜା ହସ୍ପିଟାଲ ଖାଲି

ଗାଜାର ମୁଖ୍ୟ ହସ୍ପିଟାଲରୁ ୩୦ଜଣ ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କୁ ଖାଲି କରାଯାଇଛି। ସେମାନଙ୍କୁ ଇଜିପ୍ଟର ଏକ ହସ୍ପିଟାଲକୁ ପଠାଯିବ ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ହସ୍ପିଟାଲ ପରିସରରେ ଇସ୍ରାଏଲୀ ସେନା ପ୍ରବେଶ କରିବା ପରେ ସେଠାରେ ବହୁସଂଖ୍ୟାରେ ଗୁରୁତର ଆହତ ରୋଗୀ ଅଟକି ରହିଛନ୍ତି। ଗୁରୁତର ଅବସ୍ଥାରେ ୩୨ ଶିଶୁଙ୍କ ସମେତ ୨୯୧ ଜଣ ରୋଗୀ ଏବେବି ସେଠାରେ ରହିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ୍‌ କହିଛି।

Related Articles

Back to top button