କ୍ରୀଡ଼ା

ବିଶ୍ୱକପ ୨୦୨୩ କୁ ହୋଇଥିବା ଭବିଷ୍ୟବାଣୀ ମିଛ ହେଲା

ମିଛ ହେଲା ଜ୍ୟୋତିଷଙ୍କ ଭବିଷ୍ୟବାଣୀ । ବିଶ୍ୱକପ ଫାଇନାଲ ମ୍ୟାଚକୁ ନେଇ ଜ୍ୟୋତିର୍ବିତ ମାନେ କରିଥିବା ଭବିଷ୍ୟବାଣୀ ମିଛ ହୋଇଛି । କଙ୍ଗାରୁ ଠାରୁ ହାରି ଭାରତର ବିଶ୍ୱକପ ଆଶା ଧୂଳିସାତ ହୋଇଛି । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ବିଶ୍ୱକପ ୨୦୨୩ ମ୍ୟାଚରେ ପରାସ୍ତ ହୋଇଛି ଭାରତ । ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ବିଶ୍ୱକପ ଟ୍ରଫି ହାତେଇ ନେଇଛି ଅଷ୍ଟ୍ରେଲିଆ ।

ତେବେ ବିଶ୍ୱକପ ୨୦୨୩ରେ ସେମି ଫାଇନାଲ ପର୍ଯ୍ୟନ୍ତ ଅପରାଜିତ ଥିବା ଟିମ ଇଣ୍ଡିଆକୁ ଫାଇନାଲରେ ମାତ ଦେଇଛି ଅଷ୍ଟ୍ରେଲିଆ । ସମସ୍ତ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ପରେ ଫାଇନାଲରେ ହାର ମାନିଲେ ଭାରତୀୟ ଖେଳାଳି । ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ କରିଥିଲା । ଜବାବରେ ଟ୍ରାବିସ ହେଡଙ୍କ ଦମଦାର ଶତକ ଓ ଲାବୁସାନେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚକୁ ୬ ଓି୍ୱକେଟରେ ଜିତି ନେଇଛି । ଏହି ବିଜୟ ସହ ଷଷ୍ଠ ଥର ପାଇଁ ବିଶ୍ୱ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ ।

ସେପଟେ ସେମି ଫାଇନାଲ ପର୍ଯ୍ୟନ୍ତ ଅପରାଜିତ ଥିବା ଭାରତୀୟ ଦଳର ଫାଇନାଲ ମ୍ୟାଚକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଏମିତିକି ବିଭିନ୍ନ ଗଣମାଧ୍ୟମରେ ଫାଇନାଲ ମ୍ୟାଚକୁ ନେଇ ଅନେକ ଭବିଷ୍ୟବାଣୀ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଜ୍ୟୋତିର୍ବିତଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଠ ବ୍ୟକ୍ତି ଭାରତ ଜିତିବ ବୋଲି ଶୁଣାଇ ଥିଲେ ।

ଖାଲି ଏତିକି ନୁହେଁ, କେଉଁ ଖେଳାଳି ଭଲ ଖେଳିବେ ଏବଂ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ କିଏ ଘାତକ ସାଜିବେ ତାହା ମଧ୍ୟ ଆକଳନ କରିଥିଲେ । ଯାହା କ୍ରିକେଟ ପ୍ରେମୀଙ୍କ ମନରେ ବିଶ୍ୱାସ ଭରିଥିଲା । ଯେ ଭାରତ ଚଳିତ ବିଶ୍ୱକପ ଟ୍ରଫି ନେବାଟା ଫାଇନାଲ ।

ଆଉ ୨୦୦୩ର ବଦଲାକୁ ୨୩ ବିଶ୍ୱକପରେ ପୂରଣ କରିବ ଭାରତ । ସେମିଫାଇନାଲ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚରେ ଭାରତର ଦମଦାର ପ୍ରଦର୍ଶନ ମଧ୍ୟ ଲୋକଙ୍କ ମନବଳକୁ ଦୃଢ କରିଥିଲା । ହେଲେ ଏସବୁ ଭବିଷ୍ୟବାଣୀ ଓଲଟା ହୋଇଗଲା । ଯେତେବେଳେ କଙ୍ଗାରୁ ଠାରୁ ଭାରତ ହାରିଲା । ଆଉ ଏବେ ଭାରତ ହାରିବା ପରେ ଜ୍ୟୋତିର୍ବିତଙ୍କ ଭବିଷ୍ୟବାଣୀକୁ ନେଇ ସମାଲୋଚନା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com