Featuredଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

#Hollywoodରେ ଅଭିନୟ କରି #BollywoodStarଙ୍କ #GuinnessWorldRecord

ହଲିଉଡ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଚଳଚ୍ଚିତ୍ର କରି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ଏହି ଭାରତୀୟ ଅଭିନେତା

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ଅଭିନୟ କରିଛନ୍ତି ହଲିଉଡ୍‌ରେ। କିନ୍ତୁ ଜାଣନ୍ତିକି ସର୍ବାଧିକ ହଲିଉଡ ସିନେମା କେଉଁ ଭାରତୀୟ କରିଛନ୍ତି? ଆପଣ ଭାବୁଥିବେ ଆମ ଗହଣରେ ନଥିବା ଇରଫାନ୍ ଖାନ୍ ନିଶ୍ଚୟ ଅଧିକ ହଲିଉଡ୍‌ ଫିଲ୍ମ କରିଥିବେ । ତେବେ ଉତ୍ତର ହେଉଛି ନା… ଇରଫାନଙ୍କ ଭଳି ଆଲିଆ ଭଟ୍ଟ, ସାମନ୍ଥା ଋଥ ପ୍ରଭୁ, ପ୍ରିୟଙ୍କା ଚୋପ୍ରା,   ଦୀପିକା ପାଦୁକୋନଙ୍କ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀ ହଲିଉଡରେ ନିଜର ଜଲୱା ଦେଖାଇଛନ୍ତି। କିନ୍ତୁ ସର୍ବାଧିକ ହଲିଉଡ୍ ଫିଲ୍ମ କରିଛନ୍ତି ସଇଦ ଜାଫ୍ରି।

ଆସନ୍ତୁ ନଜର ପକାଇବା ସଇଦ ଜାଫ୍ରିଙ୍କ ସମ୍ପର୍କରେ…

ସଇଦ ଜାଫ୍ରି ୧୮ଟି ହଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଅଭିନେତା ଗାନ୍ଧୀ, ମସାଲା, ଏ ପାସେଜ୍ ଟୁ ଇଣ୍ଡିଆ ଏବଂ ମାଇ ବ୍ୟୁଟିଫୁଲ୍ ଲଣ୍ଡ୍ରେଟ୍ ସମେତ ୧୮ ଟି ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ତାଙ୍କ ରେକର୍ଡ ଗିନିଜ ବୁକରେ ଉଲ୍ଲେଖ ରହିଛି। ସେ ୧୯୭୭ ମସିହାରେ ଭାରତୀୟ ଚଳଚ୍ଚିତ୍ର ଦି ଚେସ ପ୍ଲେୟାର୍ସପେ ଡେବ୍ୟୁ କରିଥିଲେ। ପ୍ରାୟ ୧୦୦ଟି ହିନ୍ଦୀ ଚଳଚ୍ଚିତ୍ର ଏବଂ ଗୋଟିଏ ପଞ୍ଜାବୀ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ଜାଫ୍ରି ୧୯୯୮ରେ ଭାରତୀୟ ସିନେମା ଛାଡି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମେତ ବ୍ରିଟିଶ ଟେଲିଭିଜନରେ କାମ କରିଥିଲେ।

ସଇଦ ୧୯୫୦ ଦଶକରେ ଥିଏଟରରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୭୭ ମସିହାରେ ସତ୍ୟଜିତ୍ ରାୟଙ୍କ ଫିଲ୍ମ ‘ସତରଞ୍ଜ’ ରେ ଜଣେ ଖେଳାଳି ଭାବରେ ଅଭିନୟ କରି ସୁନାମ ଅର୍ଜନ କରିଥିଲେ। ୧୯୭୮ରେ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର। ଏହା ପରେ ସେ ଫିଲ୍ମ ‘ଚଷମେ ବଦଦୁର’ରେ ଏକ କ୍ୟାମୋ ଭୂମିକାରେ ଅଭିନୟ କରିଥିଲେ। ତା’ପରେ ରାଜ କପୁରଙ୍କ ଫିଲ୍ମ ‘ରାମ ତେରୀ ଗଙ୍ଗା ମେଲି’ ଏବଂ ‘ମେହନ୍ଦୀ’ ଫିଲ୍ମରେ ନଜର ଆସିଥିଲେ। ଜାଫ୍ରି ପ୍ରଥମ ଏସୀୟ ଯିଏକି ବ୍ରିଟିଶ ଏବଂ କାନାଡିୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ୨୦୧୫ ନଭେମ୍ବର ୧୫ରେ ଲଣ୍ଡନ ସ୍ଥିତ ତାଙ୍କ ନିବାରେ ସେ ମସ୍ତିଷ୍କ ରକ୍ତସ୍ରାବ କାରଣରୁ ପ୍ରାଣ ହରାଇଥିଲେ। ୨୦୧୬ରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com