ରାଜସ୍ଥାନ ନିର୍ବାଚନ ପ୍ରଚାରରେ ବିଶ୍ୱକପକୁ ନେଇ ରାହୁଲ କହିଲେ ପନୋତିନେ ହରାଦିଆ
ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୋଟିଏ ପଟେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନରେ ଡେରା ପକାଇଥିବା ବେଳେ କଂଗ୍ରେସ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ରାହୁଲ ଗାନ୍ଧୀ । ମଙ୍ଗଳବାର ଦିନ ରାଜସ୍ଥାନର ଜାଲୋର ଠାରେ ନିର୍ବାଚନ ପ୍ରଚାର ସଭାରେ ବିଶ୍ୱକପରେ ଭାରତର ପରାଜୟ କଥା କହିଥିଲେ । ସେ କହିଥିଲେ କି, ଆମ ଖେଳାଳୀମାନେ ଯେଭଳି ଖେଳୁଥିଲେ ଟିମ୍ ନିଶ୍ଚିତ ବିଜୟୀ ହୋଇଥାନ୍ତ । ହେଲେ ପନୌତି ଦଳକୁ ହରାଇଦେଲେ । ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରଚାର ମଞ୍ଚରୁ ନାମ ନନେଇ ଏଭଳି କହିଥିଲେ ।
ଯାହା ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଏହି ସମୟରେ ମଞ୍ଚତଳେ ବସିଥିବା ଲୋକମାନେ ପନୌତି ପନୌତି କହି ଚିଲାଇଥିଲେ । ରାହୁଲ ଆହୁରି ମଧ୍ୟ କହିଛନ୍ତି କି ଗଣମାଧ୍ୟମ ଏକଥା କହିବ ନାହିଁ, ହେଲେ ଜନତା ସବୁ ଜାଣିଛନ୍ତି । ଏହାପରେ ରାହୁଲ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ ।
ଇାଇଟ-
() କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ ମଧ୍ୟ ଭାରତୀୟ ଟିମ୍ ପରାଜୟ ପଛରେ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି । ସେ କହିଛନ୍ତି କି ମୋଦୀଙ୍କୁ ଦେଖି ଆମ ଖେଳାଳୀମାନେ ଅନ୍ୟମନସ୍କ ହୋଇଯାଇଥିଲେ । ମୋଦୀଙ୍କୁ ମ୍ୟାଚ ଦେଖିବାକୁ ଯିବା ଉଚିତ ନଥିଲା । ମୋଦୀଙ୍କ ପାଇଁ ଦେଶ ପରାଜିତ ହେଲା । କାରଣ ଖେଳାଳୀ ଷ୍ଟାଡିୟମରେ ମୋଦୀଙ୍କୁ ଦେଖିବା ପରେ ଚାପରେ ପଡିଯାଇଥିଲେ । ଅଜୟ ରାୟ କହିଛନ୍ତି କି ଯଦି ପ୍ରଧାନମନ୍ତ୍ରୀଙ୍କର ଭାରତୀୟ ଖେଳାଳୀଙ୍କ ମନୋବଳ ବୃଦ୍ଧି କରିବାର ଥିଲା ତେବେ ଖେଳ ପୂର୍ବରୁ ତାଙ୍କ ସହିତ ଭେଟ କରିପାରିଥାନ୍ତେ ।
ଇାଇଟ-
() ଚଳିତ ବିଶ୍ୱକପରେ ଭାରତୀୟ ଟିମ୍ ପରାଜିତ ହେବା ପରେ ହଠାତ ସୋସିଆଲ ମିଡିଆରେ ପନୌତି ଶବ୍ଦ ଟ୍ରେଣ୍ଡ କରିଥିଲା ।