ମନୋରଞ୍ଜନ

କଡକ ସିଂରେ ଭିନ୍ନ ଭୂମିକାରେ ନଜର ଆସିବେ ପଙ୍କ ତ୍ରିପାଠୀ, ପ୍ରଶଂସା କଲେ ବିଗ୍ ବି ଅମିତାଭ..

ଜଲୱା ଦେଖାଇବେ ପଙ୍କଜ । କଡକରେ ତାଙ୍କ ଭିନ୍ନ ଭୂମିକାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆଉ ସବୁଠୁ ଖାସ କଥା ହେଲା ବିଗ ବି ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ପ୍ରଶଂସା କଲେଣି ।

ତେବେ ଏହି ଚଳଚ୍ଚିତ୍ରରେ ପଙ୍କଜ କରିଥିବା ଭୂମିକା ପୂର୍ବରୁ କରିଥିବା ଚରିତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆଉ ନିଆରା । ଫିଲ୍ମଟି ଆସନ୍ତା ମାସରେ ରିଲିହେବାକୁ ଥିବାବେଳେ ଏଥିରେ ପଙ୍କଜଙ୍କ ଭିନ୍ନ ଚରିତ୍ରକୁ ଦେଖିବାକୁ ଏବେ ଠୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । କଡକ ସିଂର ଟ୍ରେଲର ଆରମ୍ଭ ହେବା ମାତ୍ରେ ଆପଣ ଜାଣିପାରିବେ କି ଏହା ଏକ ସସପେନ୍ସ, ଅପରାଧ ଏବଂ ରୋମାଞ୍ଚକର କାହାଣୀ । ଯାହା ଆପଣଙ୍କୁ ବହୁତ ପସନ୍ଦ ଆସିବ । କାହାଣୀ ଏକ ହସ୍ପିଟାଲରେ ଆରମ୍ଭ ହୋଇଛି ।

ଯେଉଁଠାରେ ପଙ୍କଜ ତ୍ରିପାଠୀ ଆମ୍ନେସିଆରେ ପୀଡିତ ରୋଗୀର ଭୂମିକାରେ ଅଭିନୟ କରୁଥିବାର ଦେଖାଯାଉଛି । ଏହି ସମୟ ମଧ୍ୟରେ ଏପରି କିଛି ଘଟଣା ଦେଖାଯାଇଛି ଯାହା ଫିଲ୍ମରେ ପଙ୍କଜଙ୍କ ମୂଳ ଚରିତ୍ରକୁ ପ୍ରକାଶ କରିଛି । ଫିଲ୍ମର ଅନ୍ତ ମଧ୍ୟ ଖୁବ ରୋମାଞ୍ଚକର ଏବଂ ମଜାଦାର ହେଇଥିବାର ଜଣାଯାଉଛି ।

ଅମିତାଭ ବଚ୍ଚନ ନିଜେ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି – ଦାଦା, ତୁମର ନୂଆ ଚଳଚ୍ଚିତ୍ର ପାଇଁ ମୋର ଶୁଭେଚ୍ଛା ଏବଂ ପ୍ରାର୍ଥନା । ଯାହାକି ଖୁବ ଆକର୍ଷଣୀୟ ଲାଗୁଛି । ତେବେ ଏଠି କହିରଖୁଛୁକି, ଏହି ଫିଲ୍ମଟି ହଲରେ ନୁହେଁ ବରଂ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବ ।

ଏବଂ ଡିସେମ୍ବର ୮ରେ ଜି-୫ରେ ଷ୍ଟ୍ରିମ୍ ହେବ । ଯାହାକୁ ଆପଣ ପରିବାର ସହ ବସି ନିଜ ଘରେ ଫିଲ୍ମର ମଜା ନେଇପାରିବେ । ଫିଲ୍ମରେ ସଞ୍ଜନା ସାଙ୍ଗୀ ପଙ୍କଜ ତ୍ରିପାଠୀଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ଚରିତ୍ର ମଧ୍ୟ ବହୁତ ଶକ୍ତିଶାଳୀ ଲାଗୁଛି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଦିଲ ବେଚାରା । ପଙ୍କଜ ତ୍ରିପାଠୀଙ୍କ ଶେଷ ରିଲିଜ୍ ଫିଲ୍ମ ଥିଲା ଙଗଏ ୨ ଯାହା ବକ୍ସ ଅଫିସରେ ଖୁବ ଚହଳ ପକାଇଥିଲା ।
ବ୍ୟୁରୋ ରିପୋର୍ଟ ମୋବାଇଲ ନ୍ୟୁଜ, ୨୪ ଇନ୍‌ଟୁ ୭

Related Articles

Back to top button
WP Twitter Auto Publish Powered By : XYZScripts.com