ଜାତୀୟରାଜନୀତି

ବିହାର ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜୟ ସିହ୍ନା

ବିହାର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜୟ ସିହ୍ନା । ଆଜି ନୀତିଶ ସରକାର ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବା ପୂର୍ବରୁ ନିଜ ପଦରୁ ବିଜୟ ସିହ୍ନା ଇସ୍ତଫା ଦେଇ ଦେଇଛନ୍ତି । ବୁଧବାର ବିହାରରେ ନୀତିଶ ସରକାରକୁ ଫ୍ଲୋର ଟେଷ୍ଟରେ ପାସ୍ କରିବାକୁ ଥିଲା । ଯେଉଁଥି ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ବିଧାନସଭାକୁ ସମ୍ବୋଧିତ କରି ଆଜି ବିଜୟ ସିହ୍ନା କହିଥିଲେ ଯେ, ତାଙ୍କ ଉପରେ ଅନେକ ଆରୋପ ଲଗାଯାଇଥିଲା । ସେହି କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି । ତେବେ ସେ ପୂର୍ବରୁ ମଧ୍ୟ ଇସ୍ତଫା ଦେଇପାରିଥାନ୍ତେ, ହେଲେ ସେ ଏହାର ଜବାବ୍ ଦେବାକୁ ଚାହୁଁଥିଲେ । ତେଣୁ ସେ ଆଜି ବିଧାନସଭାରେ ନିଜର ସମ୍ବୋଧନ ରଖିବା ସହିତ ଇସ୍ତଫା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିୟମ ଅନୁସାରେ କାମ କରିଛନ୍ତି । ତାଙ୍କ ବିରୋଧରେ ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଅସାମ୍ବିଧାନିକ ଅଟେ ।

Related Articles

Back to top button
WP Twitter Auto Publish Powered By : XYZScripts.com