ତେଲଙ୍ଗନା ପ୍ରଚାରର ଶେଷଦିନରେ ମଇଦାନରେ ଗାନ୍ଧୀ ପରିବାର ।
![Telengana Election](https://i0.wp.com/odia.mobilenews24x7.com/wp-content/uploads/2023/11/tELANGANA_-min.jpg?resize=780%2C470&ssl=1)
ତେଲଙ୍ଗନା ବିଧାନସଭା ପାଇଁ ଆସନ୍ତା ୩୦ରେ ପଡିବ ଭୋଟ । ଏନେଇ ଆଜି ରିହିଛି ପ୍ରଚାରର ଶେଷ ଦିନ । ସଂନ୍ଧ୍ୟା ୫ଟା ପରେ ବନ୍ଦ ହେଇଯିବ ନିର୍ବାଚନ ପ୍ରଚାର । ଏହାକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଗୁଡିକ ଶେଷ ଦିନରେ କୌଣସି ହାତ ଛଡା କରିବାକୁ ଚାହୁଁ ନାହାନ୍ତି । ଏଥିପାଇଁ ସମସ୍ତ ଶକ୍ତି ବ୍ୟବହାର କରିବାରେ ଲାଗିପଡିଛନ୍ତି । କଂଗ୍ରେସ, ବିଜେପି କି ବିଆରଏସ ପ୍ରଚାରକୁ ଜୋରଦାର କରୁଛନ୍ତି । ବିଶେଷ କରି କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ହାଇକମାଣ୍ଡ ତଥା ବଡ ବଡ ନେତା ଆଜି ଫିଲ୍ଡକୁ ଓହ୍ଲାଉଛନ୍ତି ।
ଏହିକ୍ରମରେ ଆଜି କଂଗ୍ରେସ ପାଇଁ ପ୍ରଚାର କରିବେ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ସୋନିଆ ଗାନ୍ଧୀ । ସେ ହାଇଦ୍ରାବାଦରେ ଏକ ରୋଡ୍ ସୋ କରିବେ । ଏହା ବ୍ୟତୀତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଚାର କରିବେ। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଲୋକଙ୍କଠାରୁ ଭୋଟ୍ ଲୋଡ଼ିବେ। ଏହା ବ୍ୟତୀତ ଦଳର ଅନେକ ବଡ ନେତା ଆଜି ତେଲେଙ୍ଗାନାରେ କ୍ୟାମ୍ପ କରିବେ।ସେପଟେ ବିଜେପିର ବହୁ ବଡ ନେତା ମଧ୍ୟ ଏଠାରେ କରିବେ ନିର୍ବାଚନ ରାଲି । ଏହାସହ କେସିଆର ମଧ୍ୟ ଶେଷ ଦିନରେ କରିବେ ଭୋଟ ଭିକ୍ଷା । ତେବେ ଲୋକଙ୍କ ଦିଲ ଜିତିବାରେ କେଉଁ ଦଳ ସଫଳତା ପାଉଛି ତାହା ଡିସେମ୍ବର୩ରେ ହିଁ ସ୍ପଷ୍ଟ ହୋଇଯିବ ।