ଅନ୍ୟାନ୍ୟ
ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ଲଘୁଚାପ

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ କୃଷି ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି, ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏଯାଏଁ ବାତ୍ୟା ନେଇ କୌଣସି ସୂଚନା ମିଳିନି। ଆମେ ସବୁବେଳେ ପ୍ରସ୍ତୁତ ଅଛୁ ।
ଯଦି କୌଣସି ସୂଚନା ଆସିବ, ସେହି ହିସାବରେ ପ୍ରସ୍ତୁତି କରିବୁ।ଆଇଏମଡିର ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଡିସେମ୍ବର ୫ ପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ଗଜପତି,ରାୟଗଡ଼ା,ନବରଙ୍ଗପୁର କନ୍ଧମାଳ ଭଳି ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ରହିଛି।