ରାଜନୀତି

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚେହେରା ରେସର ଏକ ବଡ଼ ନାମ ସାମ୍ନାକୁ ଆସୁଛି

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚେହେରା ରେସର ଏକ ବଡ଼ ନାମ ସାମ୍ନାକୁ ଆସୁଛି । ଏନେଇ କିଛି ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମକୁ ଆଗରେ ରଖିପାରନ୍ତି ।

ଏହି ରେସରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନାମ ସର୍ବାଗ୍ରେ ରହିଥିଲେ ହେଁ ସେନେଇ ସସପେନ୍ସ ଜାରି ରହିଛି । ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ଟି ଆସନରେ ମତଦାନ ହୋଇଥିବା ବେଳେ ସେଥିମଧ୍ୟରୁ ବିଜେପି ୧୧୫ ଓ କଂଗ୍ରେସ ୬୯ଟିରେ ଜିତି କ୍ଷମତାଚ୍ୟୁତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com