ଶିକ୍ଷା
ଶକ୍ତି ସଂରକ୍ଷଣ ନେଇ ଶିକ୍ଷା ଦିଆଯିବ
ପ୍ରାଥମିକ ପର୍ଯ୍ୟାୟରେ ସରକାରୀ ସ୍କୁଲରେ ବିଦ୍ୟୁତ୍ ଅପଚୟ ରୋକିବା ପାଇଁ ଶକ୍ତି ସଂରକ୍ଷଣ ପାଠ୍ୟକ୍ରମ ପଢ଼ାଯିବାକୁ ପଦକ୍ଷେପ ନିଆଯାଇଛି।
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ଏହି ବିଷୟକୁ ସାମିଲ କରାଯାଇଥିବା ବେଳେ ଏବେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ କରିବାକୁ ସର୍ବୋଚ୍ଚ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ମହାରଣା ଶକ୍ତି ବିଭାଗକୁ ସୁପାରିସ କରିଛନ୍ତି। ଏପରିକି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଚାହିଁଲେ, ସେମାନଙ୍କ ସ୍କୁଲରେ ବି ଶକ୍ତି ସଂରକ୍ଷଣ ନେଇ ଶିକ୍ଷା ଦିଆଯିବ ବୋଲି କହିଛନ୍ତି।