ମନୋରଞ୍ଜନ

ସ୍ବର୍ଗତ ଅମର ସିଂହ ଚମକିଲାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ

ପ୍ରଖ୍ୟାତ ପଞ୍ଜାବୀ ଗାୟକ ସ୍ବର୍ଗତ ଅମର ସିଂହ ଚମକିଲାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ଅଭିନେତ୍ରୀ ପରିଣୀତା ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଇମତିୟାଜ ଅଲୀ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନିଜର ଭୂମିକାକୁ ଜୀବନ୍ତ କରିବା ଲାଗି ପରିଣୀତିଙ୍କୁ ୧୫ କିଲୋଗ୍ରାମ୍ ଓଜନ ବଢ଼ାଇବାକୁ ପଡ଼ିଥିଲା।

ଚଳଚ୍ଚିତ୍ରଟିର ସୁଟିଂ ସରିଲା ପରେ ସେ ଏବେ ଓଜନ କମାଇ ନିଜର ପୂର୍ବାବସ୍ଥା ଫେରି ପାଇବା ଲାଗି ନିୟମିତ ବ୍ୟାୟାମଶାଳା ଯାଇ କସରତ କରୁଛନ୍ତି। ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ସେ ବ୍ୟାୟାମ କରୁଥିବାର ଏକ ଭିଡିଓ ଛାଡ଼ି ତାହା ସ୍ପଷ୍ଟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com