କରଣୀ ସେନା ମୁଖ୍ୟ ହତ୍ୟା ଘଟଣାରେ ୨ ଶୁଟର ସମେତ ୪ ଗିରଫ
![](https://i0.wp.com/odia.mobilenews24x7.com/wp-content/uploads/2023/12/karni-sena-chief-murder-accused-094528243-16x9_0.webp?resize=780%2C470&ssl=1)
ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ତିନି ଜଣଙ୍କୁ ଗିରଫ କରିଛି ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ରାଜସ୍ଥାନ ପୁଲିସର ମିଳିତ ଟିମ୍। ସେମାନଙ୍କୁ ଚଣ୍ଡିଗଡ଼ରୁ ଗିରଫ କରାଯାଇଛି। ଏହି ଘଟଣାରା ପୂର୍ବରୁ ଆଉ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ଶୁଟର। ସେମାନଙ୍କ ନାଁ ରୋହିତ ରାଠୋର ଓ ନିତିନ ଫୌଜି।
ଅନ୍ୟ ଜଣଙ୍କ ନାଁ ଉଧାମ। ତେବେ ଗୋଗାମେଡିଙ୍କ ହତ୍ୟା ଘଟଣାରେ ଉଧାମଙ୍କର କ’ଣ ଭୂମିକା ଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ସେ ଦିଗରେ ଅଧିକ ତଦନ୍ତ ଜାରି ରଖିଛି।ୂ ରୋହିତ ଓ ଉଧାମଙ୍କୁ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଦିଲ୍ଲୀ ନେଇ ଯାଇଥିବା ବେଳେ ନିତିନ ଫୌଜି ରାଜସ୍ଥାନ ପୁଲିସ୍ ହେପାଜତରେ ଅଛି। ସେମାନଙ୍କ ସଂପର୍କରେ ସୂଚନା ଦେବାକୁ ପୁଲିସ୍ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।
ପୁଲିସ୍ର ସୂଚନା ଅନୁସାରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ସେମାନଙ୍କ ବନ୍ଧୁକ ଗୁଡ଼ିକୁ ଲୁଚାଇ ଦେଇ ହରିୟାଣାର ହିସାର ପଳାଇଥିଲେ। ତା’ପରେ ସେମାନେ ହିମାଚଳ ପ୍ରଦେଶର ମନାଲି ଯାଇଥିଲେ। ସେଠାରୁ ସେମାନେ ଚଣ୍ଡିଗଡ଼ ଯାଇଥିଲା। ଜଣ୍ଡିଗଡ଼ରେ ପୁଲିସ୍ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ୍ ଲୋକେସନ୍କୁ ଚିହ୍ନଟ କରି ପୁଲିସ୍ ସେମାନଙ୍କୁ ଗିରଫ କରିଥିଲା।