Breaking NewsFeaturedଜାତୀୟଜୀବନଶୈଳୀ

ବାହା ହେବାକୁ ମନା କଲା ବର, ୨୦ କିମି ଦୌଡ଼ିଲେ ନବବଧୂ… ଜାଣନ୍ତୁ ପୂରା ଖବର

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ସମ୍ପର୍କ ଥିଲା, ପ୍ରେମ ଥିଲା । ମନରେ ମନ ବି ମିଶିଥିଲା । ଆଉ ସେଇଥିପାଇଁ ଦୁହେଁ ବିବାହ କରିବାକୁ ସ୍ଥିର କଲେ । ଉଭୟ ପରିବାରଙ୍କ ସମ୍ମତିରେ ବିବାହ ମଣ୍ଡପରେ ବସିଥିଲେ ବର-କନ୍ୟା । କିନ୍ତୁ ହଠାତ୍ ବଦଳି ଯାଇଥିଲା ବରର ମାନସିକତା । ରୋକ୍‌ଠୋକ୍ କହିଥିଲା ଯେ ବିବାହ କରିବନି । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, ଯେତେ ବୁଝାଇଲେ, କିନ୍ତୁ ବର ସେଠାରୁ ଖସି ଚାଲି ଯାଇଥିଲା… ତେବେ ଏତିକିରେ ଚୁପ୍ ରହିନଥିଲା କନ୍ୟା । ନିଜ ଜୀବନ ସାଥୀକୁ ପାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା । ଆଉ ସେତିକି ବେଳେ ବର ଫୋନ୍ କଲ୍ କରିଥିଲା, କହିଥିଲା ଯେ ସେ ନିଜ ମା’କୁ ନେଇ ଆସିବା ପାଇଁ ଯାଉଛି… ହେଲେ ଏକଥାକୁ ବିଶ୍ୱାସ କରିନଥିଲେ ନବବଧୂ, ବିବାହ ସମ୍ପନ୍ନ କରିବା ପାଇଁ ସେ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ, ନବବଧୂ ବେଶରେ ଥିବା କନ୍ୟା ସିଧା ମଣ୍ଡପରୁ ଦୌଡ଼ିଥିଲେ ବରକୁ ପିଛା କରି… ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା, ଯେମିତି ହେଉ ଫେରାଇ ଆଣିବେ ନିଜ ଜୀବନ ସାଥୀକୁ…

ଏଭଳି ଦୃଶ୍ୟ ଦେଖି ସମସ୍ତେ ଜଳକା । ନବବଧୂଟିଏ ଆଖି ପିଛୁଳାକେ ଦୌଡ଼ି ଚାଲିଛି, କୁଆଡ଼େ ଯାଉଛି କାହିଁକି ଯାଉଛି ଏସବୁ ସାଧାରଣ ଲୋକଙ୍କ ପାଇଁ ଅବୁଝା ରହିଥିଲା କିନ୍ତୁ ନିଜ ସମ୍ପର୍କୀୟ ଲୋକେ ସବୁ ଜାଣିଥିଲେ । ଅଢ଼େଇ ବର୍ଷର ପ୍ରେମ ସମ୍ପର୍କ ପରେ ବିବାହ ପାଇଁ ଦିନ-ବାର ସବୁ ସ୍ଥିର ହୋଇଥିଲା। ଆଉ ଏହି ପବିତ୍ର ମୁହୂର୍ତ୍ତକୁ କେମିତି ହାତଛଡ଼ା କରନ୍ତେ କନିଆ ଜଣଙ୍କ! ଦୌଡ଼ିଲେ ତ ଦୌଡ଼ିଲେ, ୨୦ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ି ଚାଲିଲେ…
ଆଉ ସେତିକି ବେଳକୁ ବର ଯାଇ ଏକ ବସ୍‌ଷ୍ଟାଣ୍ଡ ନିକଟରେ ଥିଲା । କାହାଣୀ ଭଳି ମନେ ହେଉଥିଲେ ବି ଏହି କଥା ନିଚ୍ଛକ ସତ । ଉତ୍ତର ପ୍ରଦେଶର ବରେଲି ଅଞ୍ଚଳର ଘଟଣା । ଆଉ କନିଆ ୨୦ କିଲୋମିଟର ଦୌଡ଼ି ବରକୁ ଠାବ କରିଥିଲା ସେହି ବରେଲି ସହରର ପୁଲିସ୍ ଷ୍ଟେସନ ନିକଟ ଏକ ବସ୍ ପାଖରେ । ୨ ଘଣ୍ଟାର ଏହି ନାଟକୀୟ ପରିସ୍ଥିତି ପରେ ବରପକ୍ଷ ଓ କନ୍ୟାପକ୍ଷ ଲୋକେ ଉଭୟ ବର-କନ୍ୟାକୁ ନିକଟସ୍ଥ ଏକ ମନ୍ଦିରକୁ ନେଇ ଯାଇଥିଲେ। ସେଠାରେ କନିଆ ତ ଥିଲା ବଧୂ ବେଶରେ କିନ୍ତୁ ବର ଥିଲା ସାଧାରଣ ପୋଷାକରେ । ତେବେ ସେ ଯାହା ହେଉ ବିବାହ ସରିଥିଲା ସୁରୁଖୁରୁରେ । କିନ୍ତୁ ନବବଧୂର ସାହସକୁ ସମସ୍ତେ ବାଃ ବାଃ କରୁଛନ୍ତି । ସତରେ ପ୍ରେମ କରିବ ତ ଏମିତି, ପ୍ରେମକୁ ବଞ୍ଚାଇ ରଖି ସାଥୀକୁ ମନାଇବ ତ ଏଇ କନିଆଙ୍କଠୁ ଶିଖିବା କଥା ।

Related Articles

Back to top button
WP Twitter Auto Publish Powered By : XYZScripts.com