ଅନ୍ତର୍ଜାତୀୟଜାତୀୟ

ଜେନେଭାରେ ବିଶ୍ୱ ବାଣିଜ୍ୟ ସଂଗଠନର ବୈଠକ

ନୂଆଦିଲ୍ଲୀ: ବିଶ୍ୱ ବାଣିଜ୍ୟ ସଂଗଠନର ଦ୍ୱାଦଶ ମନ୍ତ୍ରିସ୍ତରୀୟ ସମ୍ମିଳନୀ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ରବିବାରଠୁ ଆରମ୍ଭ ହେବ । ମନ୍ତ୍ରିସ୍ତରୀୟ ବୈଠକରେ ଟିକା, ଖାଦ୍ୟ ସୁରକ୍ଷା ଏବଂ ମତ୍ସ୍ୟ ପାଳନ ସମ୍ପର୍କିତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ । ଏହାର ପ୍ରଭାବ ଭାରତର ନାଗରିକ ଏବଂ ତାଙ୍କ ଜୀବିକା ସହ ଦେଶର ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପଡିବ । ବିକଶିତ ଦେଶ ଗରିବ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କୁ ଦିଆଯାଉଥିବା ସବସିଡି ପ୍ରଦାନକୁ ବିରୋଧ କରୁଛନ୍ତି, ଅନ୍ୟପଟେ ଭାରତ କିନ୍ତୁ ଏହା ସପକ୍ଷରେ ନାହିଁ । ଭାରତକୁ ସମ୍ମିଳନୀରେ ଭାଗ ନେଉଥିବା ୧୬୪ ଦେଶ ମଧ୍ୟରୁ ପ୍ରାୟ ୮୧ ଦେଶର ସମର୍ଥନ ରହିଛି । ଏହା ଭାରତର ଶକ୍ତିକୁ ଅଧିକ ମଜବୁତ କରିଛି । ଏହି ବୈଠକରେ ଭାରତ ନିଜର ଖାଦ୍ୟ ସୁରକ୍ଷା ଚିନ୍ତା ସହ ସ୍ଥାୟୀ ସମାଧାନର ପ୍ରସଙ୍ଗ ଉଠାଇବ। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ବୈଠକରେ ଭାରତୀୟ ପ୍ରତିନିଧିମଣ୍ଡଳ ନେତୃତ୍ୱ ନେବେ ।ଏହା ପୂର୍ବରୁ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନକୁ ଏକ ଚିଠି ଲେଖି ନିଜ ଖାଦ୍ୟ ଭଣ୍ଡାରରୁ ରପ୍ତାନୀ ପାଇଁ ଅନୁମତି ଦେବାକୁ କହିସାରିଛି । ଏହାର ଅର୍ଥ ଏହା ଯେ ଭାରତ ସରକାର ଚାଷୀଙ୍କ ଠାରୁ ଅଧିକ ମୂଲ୍ୟରେ ଖାଦ୍ୟାନ୍ନ କିଣିଥାଏ ଏବଂ ଗରିବ ଲୋକଙ୍କୁ ଶସ୍ତାରେ ଦେଇଥାଏ । ଏପରି ସ୍ଥିତିରେ ଏହାର ରପ୍ତାନୀ ଅନୁମତି ପାଇଁ ଭାରତ ଦାବି କରୁଛି । ଅନ୍ୟପଟେ ଅନେକ ବିକଶିତ ଦେଶ ଖାଦ୍ୟ ସବସିଡିର ବିରୋଧ କରୁଥିବା ବେଳେ ଭାରତ ଅନୁଦାନ ଦେବା ସପକ୍ଷରେ ରହିଛି ।ମନ୍ତ୍ରିସ୍ତରୀୟ ବୈଠକରେ ମତ୍ସ୍ୟ ପାଳନକୁ ନେଇ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com