ଓଡ଼ିଶା

ଗଛରୁ ପଡ଼ି ବୃଦ୍ଧଙ୍କ ମୃତ୍ୟୁ, ପୋଲିସ୍‌ର ତଦନ୍ତ ଜାରି

ଧର୍ମଗଡ଼()  ଗଛରୁ ପଡି ବୃଦ୍ଧଙ୍କ ମୃତ୍ୟୁ । ପୋଲିସର ତଦନ୍ତ ଜାରି l କୋକସରା ଥାନା ବୋବରିଆ ଛକ ଜାତୀୟ ରାଜପଥ କଡରେ ଥିବା ଏକ ବହଳ ଗଛରୁ ପଡି କାଉଡୋଳା ଗ୍ରାମର ଜଣେ ବୃଦ୍ଧ ତ୍ରିନାଥ ବେମାଲଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ସେ ଘରୁ ବାହାରି ବହଳ ଗଛରୁ ଶାଗ ତୋଳିବା ପାଇଁ ଗଛକୁ ଚଢିଥିବା ବେଳେ ଅସାବଧାନତା କାରଣରୁ ଗଛରୁ ପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି l ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Related Articles

Back to top button
WP Twitter Auto Publish Powered By : XYZScripts.com