ବାଲ୍ୟ ବିବାହକୁ ବନ୍ଦ କରିବା କିମ୍ବା ବିଲୋପ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି। ତଥାପି, ଏକ ଅଧ୍ୟୟନର ରିପୋର୍ଟ ଅନୁସାରେ ଏହି ପ୍ରୟାସ ପର୍ଯ୍ୟାପ୍ତ ନୁହେଁ ବୋଲି ଜଣାପଡିଛି ।
ରିପୋର୍ଟ ଅନୁଯାୟୀ, ଏବେ ମଧ୍ୟ ବି ଦେଶରେ ପ୍ରତି ପାଞ୍ଚ ନାବାଳିକାଙ୍କ ମଧ୍ୟରୁ ଜଣେ ଏବଂ ପ୍ରତି ୬ ଜଣ ପୁଅଙ୍କ ମଧ୍ୟରୁ ଜଣେ ନାବାଳକ ବାଲ୍ୟ ବିବାହ କରୁଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ପତ୍ରିକା ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ – ଲାନସେଟରେ ପ୍ରକାଶିତ ହୋଇଛି ।