ଓଡ଼ିଶା
୨୦୧୬ ମସିହାରେ ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା
୨୦୧୬ ମସିହାରେ ରାଜ୍ୟରେ ଦୁଇଟି ସହର ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ବି ଦିଆଗଲା।
ତେବେ ବର୍ଷ ବର୍ଷ ବିତିଲାଣି; କିନ୍ତୁ ସ୍ମାର୍ଟ ସିଟି ପକ୍ଷରୁ ହାତକୁ ନିଆଯାଇଥିବା ସମସ୍ତ ପ୍ରକଳ୍ପର ନିର୍ମାଣ ଶେଷ ହୋଇପାରିନି। ଉଭୟ ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟସିଟିର ୮୫୩.୩୫ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଏବେବି ନିର୍ମାଣାଧୀନ। ୨୦୨୪ ଜୁନ ଶେଷ ସୁଦ୍ଧା ସମସ୍ତ ପ୍ରକଳ୍ପ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।