ଓଡ଼ିଶା

ଖଟି ଉପରେ ଲାଗିଲା କଟକଣା, ଧରାପଡିଥିବା ଲୋକଙ୍କଠୁ ଆଦାୟ ହେଲା ଫାଇନ୍‌

ଭୁବନେଶ୍ୱର() ଖଟିକୁ ନାଁ । କମିଶନରେଟ୍‌ ପୋଲିସ ଅଧୀନରେ ଖଟିକୁ ନାଁ । ନିର୍ବାଚନ ପାଇଁ କମିଶନରେଟ ପୋଲିସର ସ୍ପେଶାଲ୍‌ ଡ୍ରାଇଭ୍ । ରାସ୍ତା ଉପରେ ସର୍ବ ସାଧାରଣ ସ୍ଥାନରେ ମଦ ପିଉଥିବା ଲୋକଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ।

ସେପଟେ ଗତ ଦୁଇଦିନ ମଧ୍ୟରେ ଦୁଇଶହ ଲୋକଙ୍କୁ ଫାଇନ । ରାଜଧାନୀରେ ୬୮ଟି ଖଟି ଉପରେ ଚଢାଉ  କରାଯାଇଛି। ଏଥିମଧ୍ୟରୁ ୧୨ଟି ଖଟିକୁ ଭାଙ୍ଗିଲା କମିଶନରେଟ ପୋଲିସ । ଧରା ପଡ଼ିଥିବା ଲୋକଙ୍କୁ ୫୦୦ ଟଙ୍କା ଫାଇନ ନେଇ ଛାଡିଲା ପୋଲିସ ।

ଆଗକୁ ମହାନଗର ନିର୍ବାଚନ ଆସୁଛି । ତେଣୁ ଏହା ପୂର୍ବରୁ କମିଶନରେଟ ପୋଲିସର ଏପରି ପଦକ୍ଷେପ ନିଆଯାଇଛି । ନିର୍ବାଚନ ସମୟରେ କୌଣସି ହିଂସାକୁ ପ୍ରଶୟ ଦିଆଯିବନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com