Breaking NewsFeaturedରାଜନୀତି

କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା ୨.୦ । ଜାଣନ୍ତୁ କେବେ ଠାରୁ ।

ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏନେଇ ବିଜେପିକୁ ମାତ ଦେବାକୁ ସଜବାଜ ହେଲେଣି ବିରୋଧୀ ଦଳ । ଗୋଟିଏ ପଟେ ମିଳିତ ମେଂଟ ଆଇଏନଡିଆଇଏ ସବୁ ରାଜ୍ୟରେ ନିର୍ବାଚନ ଲଢିବା ନେଇ ପ୍ରସ୍ତୁତି କରୁଥିବା ବେଳ ଅନ୍ୟପଟେ କଂଗ୍ରେସ ପୁଣି ଥରେ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଛି । ଯେହେତୁ ଲୋକସଭା ନିର୍ବାଚନ ମୁଣ୍ଡ ଉପରେ, ସେ ଦୃଷ୍ଟିରୁ କମର କଷିବା ଆରମ୍ଭ କଲାଣି ଦଳ । ପୁଣି ଥରେ ଲୋକଙ୍କ ପାଖରେ ପହଂଚିବା ସହ ସମର୍ଥନ ଯୋଗାଡ ପାଇଁ ଅଭିଯାନ ଆରମ୍ଭ କରିବ କଂଗ୍ରେସ । ଏହି ସମୟରେ ଲୋକଙ୍କ ସହ ମିଶିବ, ସମସ୍ୟା ବୁଝିବ ଏବଂ ବିଜେପି ସରକାରର ବିଫଳତା ବଖାଣିବ ଦଳ । କାରଣ କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ତାର ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡୋ ଯାତ୍ରା । ପ୍ରଥମ ପର୍ଯ୍ୟାୟର ସଫଳତା ପରେ ଭାରତ ଯୋଡୋ ଯାତ୍ରା ୨.୦ ଆରମ୍ଭ ହେବ ।

ଏଥର ମଧ୍ୟ ଏହି ଯାତ୍ରାର ନେତୃତ୍ୱ ନେବେ ରାହୁଲ ଗାନ୍ଧି । କିନ୍ତୁ ଏହି ପର୍ଯ୍ୟାୟରେ ଦଳ ଆପଣେଇବ ହାଇବ୍ରିଡ ମଡେଲ । ଏଥିରେ ଅଂଶ ଗ୍ରହଣ କରୁଥିବା କର୍ମୀମାନେ ଚାଲି ଚାଲି ଯିବା ସହ ଗାଡି ବ୍ୟବହାର କରିବେ । ଏପରିକି ଗାଡି ଦ୍ୱାରା ଶୋଭାଯାତ୍ରା କରି ଲୋକଙ୍କୁ ଏକାଠି କରିବେ । ଏନେଇ ୨ଟି ରାସ୍ତା ବା ରୁଟକୁ ବିକଳ୍ପ ଭାବେ ରଖାଯାଇଛି । ତେବେ ସବୁକିଛି ଠିକ ରହିଲେ ଯେକୌଣସି ଉତରପୂର୍ବ ରାଜ୍ୟରୁ କଂଗ୍ରେସ ଆରମ୍ଭ କରିବ ତାର ଭାରତ ଯୋଡୋ ଯାତ୍ରା ୨.୦ । ଏଥର ବିହାର, ଉତରପ୍ରଦେଶ ଏବଂ ମହାରାଷ୍ଟ୍ର ଉପରେ ମୁଖ୍ୟତଃ ପୋକସ୍ ରହିବ ।

ଏହି ସମୟରେ ବିରୋଧୀ ମେଂଟର କିଛି ପ୍ରମୁଖ ଚେହେରାଙ୍କୁ ମଧ୍ୟ ପଦଯାତ୍ରାରେ ଦଳ ସାମିଲ କରିବ ବୋଲି ଜଣାପଡିଛି । ତେବେ ଡିସେମ୍ବର ୨୧ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ଯାତ୍ରା ଉପରେ ବିଚାର ବିମର୍ଶ କରିବ ଏବଂ ସମର୍ଥନ ସଂଗ୍ରହ କରିବାକୁ ଯୋଜନା କରିଛି ଦଳ । ଯାହା କୁହାଯାଉଛି ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ଜାନୁଆରୀ ପ୍ରଥମ ସପ୍ତାହ ପରେ ଏହି ଯାତ୍ରା ଆରମ୍ଭ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।

Related Articles

Back to top button
WP Twitter Auto Publish Powered By : XYZScripts.com